Odiapua.com

ଭଦ୍ରାୟଣୀ ର ଦ୍ୱିତୀୟ ସନ୍ଧ୍ୟାରେ ନାଚିଲେ ନଚେଇଲେ ଅସୀମା ପଣ୍ଡା

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ର ଦ୍ୱତୀୟ ଦିନର ଦମ୍‌ଦାର ସାଂସ୍କୃତିକ କାର୍ଯ୍ୟକ୍ରମ କାକର ଭିଜା ଜାଡ଼ ସନ୍ଧ୍ୟାରେ ଦର୍ଶକଙ୍କୁ ୱାର୍ମ ଅପ୍ କରିଛି । ଅପରାହ୍ନ ୪ଟାରୁ ଭଦ୍ରାୟଣୀ ମଞ୍ଚରେ ଆରମ୍ଭ ହୋଇଥିଲା ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ । ଧାମନଗର ବ୍ଲକ କଳା ସଂସ୍କୃତି ସଂଘ ଦ୍ୱାରା ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବି.କେ.ଏସ୍‌.ଏସ୍‌. ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ୍‌ଙ୍କ ନେତୃତ୍ୱରେ ଢୋଲ ମହୁରୀ ବାଦ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ଭଦ୍ରକ ମହିଳା କଲେଜ, ଆଦାନୀ ଡି.ଏ.ଭି. ଆର.ଡ଼ି.ଏସ୍‌. ଆକାଡ଼େମୀ, ସରକାରୀ ହାଇସ୍କୁଲ କାଉପୁର, ଭଦ୍ରକ କଲଚୁରାଲ ଆକାଡ଼େମୀ, ଏସ୍‌.ବି.ଡ଼ି. ସ୍କୁଲ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ, ଦେଶାତ୍ମକବୋଧକ, ବିହୁ ନାଚ ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଣ୍ଠ ଶିଳ୍ପୀ ସୌମ୍ୟଙ୍କ ସଂଗୀତ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ସାନ୍ଧ୍ୟ ସଭାରେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍ ଧାମନଗର, ଏନ୍‌.ଏ.ସି. ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ୱାସିମ୍ ୟାଜଦାନୀ କ୍ୱାଦ୍ରି, ବାସୁଦେବପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍‌, ଚାନ୍ଦବାଲି ଏନ୍‌.ଏ.ସି. ଅଧ୍ୟକ୍ଷା ଶାନ୍ତିଲତା ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭଦ୍ରାୟଣୀ ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଷ୍ଟିଟ୍ ଫାଇଟରସ୍‌ଙ୍କ ଦେଶାତ୍ମବୋଧକ ନୃତ୍ୟ, ଏରିଆଲ ଆକ୍ଟ, ଅମିତ୍ ଡ୍ୟାନସ୍ ଗ୍ରୁପ୍‌ର ଚମକଦାର ନୃତ୍ୟ ସାଙ୍ଗକୁ ଓଲିଉଡ଼୍ ସେଲିବ୍ରିଟି ଶିବାନୀଙ୍କ ଧମାଲ ନୃତ୍ୟ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ବିଶେଷ କରି ଚହଳ ସୃଷ୍ଟି କରି ଚାଳୁଥିବା ମେଲୋଡ଼ି କୁଇନ୍ ଅସୀମା ପଣ୍ଡା ଓ ତାଙ୍କ ସାଥୀଙ୍କ ସଂଙ୍ଗୀତ କାର୍ଯ୍ୟକ୍ରମ ଭରପୁର ଦର୍ଶକଙ୍କୁ ଢେର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥ୍‌ôଲା । ସେ ତାଙ୍କ ସଙ୍ଗୀତ ତାଳରେ ମଞ୍ଚରେ ନିଜେ ଯେମିତି ଝୁମିଲେ ଯୁବ ଦର୍ଶକ ମାନଙ୍କୁ ମଧ୍ୟ ତାଳେ ତାଳେ ଝୁମାଇ ଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ତହସିଲଦାର, ଭଦ୍ରକ ସଂଗ୍ରାମ କେଶରୀ ପ୍ରିୟଦର୍ଶୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ଆୟୋଜନ ଓ ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ ।