Odiapua.com

ଭଦ୍ରକ – ୨ ରାଜପଥ ଡକାୟତ ଗିରଫ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ଆଜି ଦୁଇଜଣ ଜାତୀୟ ରାଜପଥ ଡକାୟତକୁ କାବୁ କରି ସେମାନଙ୍କ ନିକଟରୁ ଗୋଟିଏ ପର୍ସ, ମୋବାଇଲ୍‌, ନଗଦ ୬ ଶହ ଟଙ୍କା ସହ ଗୋଟିଏ ଛୁରୀ ଓ ଲାଠି ଜବତ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଦୁଇ ଡକାୟତ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ପଥଚାରୀ ଓ ଗାଡି ଚାଳକଙ୍କୁ ଅଟକାଇ ମାରଣାସ୍ତ୍ର ସାହାଯ୍ୟରେ ଭୟଭୀତ କରି ଲୁଟ୍ କରିଥାନ୍ତି । ଏମାନେ ସେମାନଙ୍କ ଠାରୁ ବହୁ ମୋବାଇଲ୍ ଓ ଅର୍ଥ ଲୁଟ୍ କରିଥିବାର ଜଣାପଡିଛି । ପୁଲିସ୍ ପ୍ରଥମେ ତିହିଡି ଥାନା ଅଧୀନସ୍ଥ ବିଲଣା ଗ୍ରାମର କୁଂଜବିହାରୀ ପରିଡାଙ୍କ ପୁତ୍ର ପ୍ରଶାନ୍ତ (୪୦) କୁ କାବୁ କରିଥିବାବେଳେ ତାର ସହଯୋଗୀ ତଳଗୋପବିନ୍ଧା ଗ୍ରାମନିବାସୀ ମୁରଲୀଧର ବେହେରାଙ୍କ ପୁତ୍ର ଦେବାଶିଷ (୩୦) ଖସି ପଳାଇଥିଲା । ତେବେ ପୁଲିସ୍ ମଧ୍ୟରାତ୍ରରେ ଦେବାଶିଷଙ୍କୁ ତାର ଘରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଆଜି ଏହି ଦୁଇଜଣଙ୍କୁ କେଶ୍ ନଂ ୪୩୦/୨୧, ଦଫା ୩୯୨ / ୩୪ ଆଇପିସି ମୂଳେ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।