ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ଉତ୍ସବ ଅବସରରେ ଭଦ୍ରକ ହାଇସ୍କୁଲର ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସ ତାର ୧୮ତମ ବାର୍ଷିକ ଉତ୍ସବ ପାଳନ କରିଅଛି । ହାଇସ୍କୁଲ ସଭାଗୃହରେ ରାଜ୍ୟସଭା ସଦସ୍ୟ ଏବଂ ପୂର୍ବତନ ମନ୍ତ୍ରୀ, ତଥା ସଙ୍ଗଠନର ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଭଦ୍ରକ ହାଇସ୍କୁଲର ୧୯୬୨ ମସିହା ମାଟ୍ରିକ ବ୍ୟାଚର ଛାତ୍ର ତଥା ସମାଜସେବୀ ଅଭିମନ୍ୟୁ ମହାନ୍ତି ଯୋଗ ଦେଇଥିବା ବେଳେ ଭଦ୍ରକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିଲି ପରିଡ଼ା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ନିଜର ପୁରୁଣା ଛାତ୍ର ଜୀବନର ଅନୁଭୂତି ତଥା ୭୪ ଡ଼୍ରିମ୍ସର ଏତାଦୃଶ ଉନ୍ନତି ମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ଉତ୍ସବର ଆରମ୍ଭରେ ପରିସରରେ ଥିôବା ଗାନ୍ଧିଜୀ, ସୁବାଷ ଚନ୍ଦ୍ର ବୋଷ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟଅତିଥି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିବାବେଳେ ବୃନ୍ଦାବନ କଳାକେନ୍ଦ୍ରର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଦିବସବ୍ୟାପି ଉତ୍ସବରେ ନିମନ୍ତ୍ରୀତ ଅତିଥି ଭାବରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଡ଼ାକ୍ତର ଦୁର୍ଯ୍ୟେଧନ ଦାସ, ବରିଷ୍ଠ ଇଂ ଅଖିଳଚନ୍ଦ୍ର ପାଢୀ, ଶିକ୍ଷକ ସତ୍ୟ ନାରାୟଣ ମଲ୍ଲିକ, ଅକ୍ଷୟ କୁମାର ସେଠୀ, ସମେତ ପୁରତାନ ଛାତ୍ର ସଙ୍ଗଠନର ସଦସ୍ୟ ସୁଶାନ୍ତ ନାୟକ, ଇନ୍ଦ୍ରମଣି ପଣ୍ଡା, ପ୍ରଦୀପ ମିଶ୍ର, ଯାତ୍ରା କଳାକାର ଲୋକନାଥ ଲେଙ୍କା, ତଥା ପ୍ରଭାତ ଖିଲାର, ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଙ୍ଗଠନର ସଂଯୋଜକ ସୌରେଶ ଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସମାଜସେବୀ କିଶୋର ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅଧିବକ୍ତା ସରୋଜ ତପନ ଦାସ ମାନପତ୍ର ପାଠ କରିଥିଲେ । ଦିବସବ୍ୟାପି ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ଗୟାଧର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସଙ୍ଗଠନର ସଦସ୍ୟ କଳ୍ପତରୁ ସାହୁ, ଶଙ୍କର୍ଷଣ ମହାନ୍ତି, ଗଜେନ୍ଦ୍ର ପଣ୍ଡା, ରାଜକିଶୋର ପଣ୍ଡା, ବାଦଲ ବଳ, ବିନୟ ଭୂଷଣ ନାୟକ, ସୁଶାନ୍ତ ଜେନା, ଗୋଲାମ ମୁସ୍ତୁଫା, ପ୍ରମୋଦ ପଣ୍ଡା, ଇଦୁ ଖାନ୍, ରବି ମିଶ୍ର, ହେମନ୍ତ ପଣ୍ଡା, ଗୋପୀନାଥ ମହାପାତ୍ର, ଯୋଗେଶ ମହାପାତ୍ର, ରମେଶ ଦାସ ପ୍ରମୁଖ ଯୋଗ ଦେଇ ଉତ୍ସବଟିକୁ ସଫଳ କରିଥିଲେ।