Odiapua.com

ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସର ବାର୍ଷିକ ଉତ୍ସବ, ହାଇସ୍କୁଲ ଛାତ୍ର ଜୀବନରୁ ହିଁ ପ୍ରକୃତ ଦାୟୀତ୍ୱବୋଧ ନାଗରିକ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ଉତ୍ସବ ଅବସର ରେ ଭଦ୍ରକ ହାଇସ୍କୁଲର ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସ ତାର ପଂଚଦଶ ବାର୍ଷିକ ଉତ୍ସବ ପାଳନ କରିଅଛି । ହାଇସ୍କୁଲ ସଭାଗୃହରେ ପୂର୍ବତନ ମନ୍ତ୍ରୀ ତଥା ସଙ୍ଗଠନର ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଭଦ୍ରକ ହାଇସ୍କୁଲର ୧୯୬୨ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ର ତଥା ସମାଜସେବୀ ଶ୍ରୀଯୁକ୍ତ କାଶୀନଥ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭଦ୍ରକ ହାଇସ୍କୁଲର ଅନ୍ୟତମ ପୁରାତନ ଛାତ୍ର ଡ଼ାକ୍ତର ଦୁର୍ଯ୍ୟଧନ ଦାସ ମଂଚାସିନ ହୋଇଥିଲେ । ମୁଖ୍ୟଅତିଥି ନିଜର ଅନୁଭୂତି ତଥା ହାଇସ୍କୁଲ ଛାତ୍ର ଜୀବନ ହିଁ ଉତ୍ତମ ନାଗରିକ ଗଢ଼ି ତୋଳିବାର ପ୍ରକୃଷ୍ଟ ପରିବେଶ ବୋଲି କହିଥିଲେ । ଉତ୍ସବ ପ୍ରାରମ୍ଭରେ ହାଇସ୍କୁଲ ପରିସରରେ ଥିôବା ଗାନ୍ଧିଜୀ, ସୁବାଷ ଚନ୍ଦ୍ର ବୋଷ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବୃନ୍ଦାବନ କଳାକେନ୍ଦ୍ରର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଶଣ କରିଥିଲେ । ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ, ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ପ୍ରଥମ ସଭାପତି ସ୍ୱର୍ଗତଃ ରାମାନନ୍ଦ ମହାପାତ୍ର ଏବଂ ୭୪ ଡ଼୍ରିମ୍ସର ଦିବଂଗତ ସଦସ୍ୟମାନଙ୍କ ଉର୍ଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଉକ୍ତ ଉତ୍ସବରେ ୭୪ ଡ଼୍ରିମ୍ସର ସଦସ୍ୟ ତଥା ଯାତ୍ରା କଳାକାର ଲୋକନାଥ ଲେଙ୍କା, ପ୍ରୀୟବତ ରାଉଳ, ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, ଅଭିନେତା ବିଜୟ ମହାନ୍ତି ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ଲେଙ୍କା ଯାତ୍ରା ସଂଳାପ ଶୁଣାଇ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲେ । ସଂଙ୍ଗଠନର ସଂଯୋଜକ ସୌରେଶ ଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ସମାଜସେବୀ କିଶୋର ଚନ୍ଦ୍ର ମହାପାତ୍ର, ରାଜକିଶୋର ପଣ୍ଡା ଏବଂ ସୋମେନ୍ ଦେ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅଧିବକ୍ତା ସରୋଜ ତପନ ଦାସ ମାନପତ୍ର ପାଠ କରିଥିଲେ । ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଏହି ଉତ୍ସବରେ ପୂରସ୍କୃତ କରାଯାଇଥିଲା । ଦିବସବ୍ୟାପି ଉତ୍ସବରେ ବହୁ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସଙ୍ଗଠନର ସଦସ୍ୟ ଚିତ୍ରକର ସୁଶାନ୍ତ ନାୟକ, ବିନଦା ପ୍ରସନ୍ନ ମହାନ୍ତି, ଇନ୍ଦ୍ରମଣି ପଣ୍ଡା, କଳ୍ପତରୁ ସାହୁ, ଶଙ୍କର୍ଷଣ ମହାନ୍ତି, ଗଜେନ୍ଦ୍ର ପଣ୍ଡା, ଯୋଗେଶ ମହାପାତ୍ର, ହେମନ୍ତ ପଣ୍ଡା, ବାଦଲ ବଳ, ବିନୟ ଭୂଷଣ ନାୟକ, ରବି ମିଶ୍ର, ସୁଶାନ୍ତ ଜେନା, ପ୍ରମୋଦ କୁମାର ପଣ୍ଡା, ନୃସିଂହ କର, ବିଜୟ ପତି, ବିଜୟ କର, କାର୍ତିକ ମହାପାତ୍ର, ଚିତ୍ରଶିଳ୍ପୀ ବିଭୂତି ସାହୁ, ସଂଙ୍ଗୀତଗୁରୁ ସୁରେନ୍ଦ୍ର ଗାହାଣ, ସନ୍ତୋଷ କୁମାର ବେହେରା ଓ ଶୁଭମ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ ।