Odiapua.com

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ, ବିଜ୍ଞାନ ପଦାର୍ଥ ବିଭାଗର ଛାତ୍ର ଶୁଭେନ୍ଦୁ ସିଦ୍ଧେଶ୍ୱର ଲେଙ୍କା କଲେଜ ଟପ୍ପର

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ସ୍ନାତ୍ତକ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ଫଳାଫଳରେ ବିଜ୍ଞାନର ପଦାର୍ଥ ବିଭାଗର ଛାତ୍ର ଶୁଭେନ୍ଦୁ ସିଦ୍ଧେଶ୍ୱର ଲେଙ୍କା ସର୍ବାଧିକ ୨୧୩୫ (ଅନର୍ସ + ଏଗ୍ରିଗେଡ୍‌) ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଉମାକାନ୍ତ ସାମଲ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କରିବା ସହ ଛାତ୍ରଛାତ୍ରୀଙ୍କ କୃତୀତ୍ୱ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ସୂଚନା ଅନୁଯାୟୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ମୋଟ ୯୬୦ ଜଣ ପରୀକ୍ଷାର୍ଥୀ ଥିଲେ । ତହିଁରୁ ୭୦୫ ଜଣ ପାସ କରିଛନ୍ତି । ପାସ ହାର ୮୩.୦୮ ପ୍ରତିଶତ ରହିଛି । ତେବେ କଳାରେ ମୋଟ ୩୩୩ ଜଣ ପରୀକ୍ଷାର୍ଥୀ ଥିଲେ । ୩୦୩ ଜଣ ପାସ କରିଛନ୍ତି । ପାସ ହାର ରହିଛି ୯୧.୦୦ ପ୍ରତିଶତ । ବିଜ୍ଞାନରେ ୨୪୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୪ ଜଣ ପାସ କରିଛନ୍ତି । ପାସହାର ରହିଛି ୮୦.୦୨ ପ୍ରତିଶତ । ବାଣିଜ୍ୟରେ ୨୪୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୭ ଜଣ ପାସ କରିଛନ୍ତି । ପାସ ହାର ୭୫.୦୪ ରହିଛି । ତେବେ ବାଣିଜ୍ୟରେ ପାସ ହାର ସବୁଠାରୁ କମ ରହିଛି । ସେହିଭଳି ସେଲଫ୍ ଫାଇନାନ୍ସରେ ୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ମୋଟ ୪୨୩ ଜଣ ପ୍ରଥମଶ୍ରେଣୀରେ ଡିଷ୍ଟିଙ୍କସନ ପାଇଥିବା ବେଳେ ୧୧୫ ଜଣ ପ୍ରଥମ ଶ୍ରେଣୀରେ, ୪୫ଜଣ ଦ୍ୱିତୀୟ ଶ୍ରେଣୀରେ ଡିଷ୍ଟିଙ୍କସନ, ୧୧୮ଜଣ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେହିଭଳି ବିବିଏ ପରୀକ୍ଷାର ମୋଟ ୩୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧ଜଣ ପାସ କରିଛନ୍ତି । ବିସିଏ ପରୀକ୍ଷାର ମୋଟ ୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ ଜଣ ପାସ୍ ଓ ବିଏସ୍‌ସି ଆଇଟିଏମ୍ ପରୀକ୍ଷାରେ ମୋଟ ୪୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୬ ଜଣ ପାସ୍ କରିଛନ୍ତି । କଳାରେ ସଂସ୍କୃତ ବିଭାଗର ସାଇଦିପା ବାରିକ ଟପ୍ପର ହୋଇଥିବାବେଳେ ଅର୍ଥନୀତି ବିଭାଗରେ ଗୀତାଞ୍ଜଳି ନାୟକ, ଶିକ୍ଷାରେ ଗୁଲିସ୍ତାନ ପରୱିନ୍‌, ଇଂରାଜୀରେ ଅପର୍ଣ୍ଣା ପ୍ରିୟଦର୍ଶିନୀ ପରିଜା, ହିନ୍ଦୀରେ ସୃତିପ୍ରଭା ବାରିକ, ଇତିହାସରେ ସୁଭଦ୍ରା ରାଉତ, ଗୃହ ବିଜ୍ଞାନରେ ଫିରଦୋସ ଖାତୁନ, ଦର୍ଶନ ଶାସ୍ତ୍ରରେ ଆଲୋକ ମହାଳିକ, ରାଜନୀତି ବିଜ୍ଞାନରେ ଜି ସୌଗତ, ମନସ୍ତତ୍ତ୍ୱରେ ଇତିଶ୍ରୀ ସାମଲ, ସମାଜ ବିଜ୍ଞାନରେ ରାଧାରମଣ ସାହୁ, ଓଡ଼ିଆରେ ରଶ୍ମିତା ବେହେରା, ଉର୍ଦ୍ଧୁରେ ମାରିଆ ଅଂଜୁମ ପ୍ରମୁଖ ବିଭାଗ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନରେ ପଦାର୍ଥ ବିଜ୍ଞାନର ଶୁଭେନ୍ଦୁ ସିଦ୍ଧେଶ୍ୱର ଲେଙ୍କା ଟପ୍ପର ହୋଇଥିବାବେଳେ ଉଦ୍ଭିଦ ବିଜ୍ଞାନରେ ଅର୍ଚ୍ଚନା ପ୍ରଧାନ, ରସାୟନ ବିଜ୍ଞାନରେ ଚନ୍ଦନ ବେହେରା, ଗଣିତ (ଏସ୍‌) ରେ ପ୍ରିୟଦର୍ଶିନୀ ଦାସ, ପ୍ରାଣୀ ବିଜ୍ଞାନରେ ଅଲିଭା ଜେନା, କମ୍ପ୍ୟୁଟର ସାଇନ୍ସରେ ସୂର୍ଯ୍ୟକାନ୍ତ ସ୍ୱାଇଁ ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି । ଅନୁରୂପ ବାଣିଜ୍ୟରେ ସୌରଭ ନାୟକ ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି । ଆଜି ପରୀକ୍ଷାଫଳ ଘୋଷଣା ସମୟରେ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ମୃତ୍ୟୁଞ୍ଜୟ ଦାସ, ସହ ନିୟନ୍ତ୍ରଣକ ପ୍ରାଧ୍ୟାପକ ଅଜିତ୍ କୁମାର ଦାସ ଓ ପ୍ରାଧ୍ୟାପକ ପ୍ରତାପ କୁମାର ସାହୁ, ପ୍ରାଧ୍ୟାପକ ଦୀନେଶ କୁମାର ଦାସ, ପ୍ରାଧ୍ୟାପକ ସୁବୋଧ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ସନ୍ତୋଷ କୁମାର ସେଠୀ, ପ୍ରାଧ୍ୟାପକ ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ ।