Odiapua.com

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବ୍ୟାନର ରାଜନୀତି

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବ୍ୟାନର ରାଜନୀତି ପାଖରେ ଅସହାୟ ହୋଇଛନ୍ତି କଲେଜ କତୃପକ୍ଷ । କଲେଜ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ଘଟଣାର ଜୋରଦାର ପ୍ରତିବାଦ କରିଛନ୍ତି କଲେଜ ଛାତ୍ର ଛାତ୍ରୀ । ଘଟଣା ସ୍ଥଳରେ ପୋଲିସ ପହଁଚିଛି କ୍ଷତେଣେ ଧାରଣା ରତ ଛାତ୍ର ଙ୍କୁ ବୁଝା ସୁଝା କରୁଛନ୍ତି କଲେଜ କତୃପକ୍ଷ । କିଲର ଗ୍ରୁପ ଲେଖା ଥିବା ଏକ ବ୍ୟାନର ଅର୍ଦ୍ଧ ନିର୍ମିତ କକେଜ ମୁଖ୍ୟ ଗେଟ ରେ ଲଗା ଯାଇଥିଲା।ତେବେ ଏହି ବ୍ୟାନର ଏକ ନିର୍ଦିଷ୍ଟ ରାଜନୈତିକ ଦଳକୁ ଇଙ୍ଗିତ କରୁଥିବା ଦର୍ଶାଇ କଲେଜର ଅନ୍ୟ ଏକ ଛାତ୍ର ସଂଗଠନ ଏହାକୁ ବିରୋଧ କରି ବ୍ୟାନର ହଟାଇବାକୁ ଅଡ଼ି ବସିଥିଲେ।ଶେଷରେ କଲେଜ କତୃପକ୍ଷଙ୍କ ମଧ୍‌ଯସ୍ତତାରେ ବ୍ୟାନର ବାହାର କରିଦିଆଯାଇ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଲେଖା ଥିବା ଅନ୍ୟ ଏକ ବ୍ୟାନର ଲଗା ଯାଇଥିଲା।ତେବେ ଏହି ବ୍ୟାନରକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇବାରୁ ସୋମବାର ସନ୍ଧ୍ୟା ଠାରୁ କଲେଜର ଅନ୍ୟ ଏକ ଛାତ୍ର ସଂଗଠନ ପକ୍ଷରୁ କଲେଜ ମୁଖ୍ୟ ଫାଟକ ଆଗରେ ରାତି ତମାମ ଧାରଣା ଦିଆଯାଇଥିଲା।ମଙ୍ଗଳବାର ଦିନ କଲେଜ କତୃପକ୍ଷ ଏନେଇ ଛାତ୍ର ଙ୍କ ଶହ ଆଲୋଚନା ସତ୍ୱେ ଛାତ୍ର ମାନେ କଲେଜ ଗେଟ କୁ ପୂର୍ଣ୍ଣାଙ୍ଗ କରିବା,କଲେଜ କୁ ରାଜନୈତିକ ମୁକ୍ତ ରଖିବା,କଲେଜ କ୍ୟାମ୍ପସ ରେ ଚାଲିଥିବା ନିଶା ଏବଂ ଅପରାଧିକ କାର୍ଯ୍ୟ ଉପରେ ରୋକ ଲଗାଇବା ଆଦି ଦାବୀ ନେଇ ଜିଦରେ ଅଡ଼ି ବସିଥିବା ବେଳେ କଲେଜ କତୃପକ୍ଷ ଏନେଇ ସେମାନଙ୍କ ଅସହାୟତା ପ୍ରକାଶ କରିଛନ୍ତି ।