Odiapua.com

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଥାନୀୟ ବାଉଦପୁର ପାର୍କ ଏବଂ ସାଳନ୍ଦୀ ନଦୀ ସଂଲଗ୍ନ କୂଳରେ ଏକ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଆଜି ନୂଆ-ଓ ଯୋଜନାର ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପର ସପ୍ତମ ତଥା ଅନ୍ତିମ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପର ସଂଯୋଜକ ଡ. ପଦ୍ମନାଭ ପତ୍ରୀ ଓ ସଂଯୋଜିକା ସ୍ୱପ୍ନା ସୋନାଲିକା ଜେନା, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ ଓ ଡ. ଅଜିତ୍ କୁମାର ଦାସ, ଅଧ୍ୟାପକ ଡ. ସନ୍ତୋଷ କୁମାର ସେଠୀ, ଡ. ଅଶୋକ କୁମାର ଦାସ, ଡ. ଶୁଭେନ୍ଦୁ କୁମାର ବରାଳ, ଡ. ସୁଦର୍ଶନ ଦାସ, ସୁରଜିତ ହାଇବୁରୁ, ମନୋଜ କୁମାର ଶିଅଳ, ଦିଲ୍ଲୀପ କୁମାର ଗାହାଣ, ରୁଦ୍ରନାରାୟଣ ସ୍ୱାଇଁ, ପିତାମ୍ବର ପଣ୍ଡା, ଅଧ୍ୟାପିକା ଜୟନ୍ତୀ ନାୟକ, ଅଧ୍ୟାପକ ରଂଜନ କୁମାର ମିଶ୍ର, ଅଧ୍ୟାପିକା ଡ. ମନୋରମା ନାୟକ, ଡ. ସଂଜୟ କୁମାର ଶତପଥୀ, ଡ. କଲିକେଶ ବେଗମ୍ ପ୍ରମୁଖ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏତାଦୃଶ କାର୍ଯ୍ୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସନୀୟ ହୋଇଛି ।