Odiapua.com

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସଂପାନ

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କେବଳ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସମସ୍ୟା ନୁହେଁ, ଏହା ସାରା ବିଶ୍ୱର ମାନବ ଜାତି ପ୍ରତି ବିପଦ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ଶିକ୍ଷା ଏବଂ ଜନ ସଚେତନତା ନିହାତି ଜରୁରୀ । ବୈଜ୍ଞାନିକ ପଦ୍ଧତି ଏବଂ ଅନୁସନ୍ଧାନ ମାଧ୍ୟମରେ କୃଷି, ସ୍ୱାସ୍ଥ୍ୟ ରକ୍ଷା, ପରିବେଶ ଇତ୍ୟାଦି ଉପରେ କୁ ପ୍ରଭାବକୁ ରୋକା ଯାଇ ପାରିବ ବୋଲି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଭାଗରେ ସମ୍ପାଦିତ ‘ସସ୍‌ଟେନେବଲ୍ ବାଇଲୋଜିକାଲ ରିସୋର୍ସ ଡେଭେଲପ୍‌ମେଣ୍ଟ ଥ୍ରୁ ଲେନ୍‌ସ ଅଫ୍ କ୍ଲାଇମେଟ୍ ଚେଞ୍ଜ’ ଶୀର୍ଷକ ବିଜୟ ରାଜ୍ୟସ୍ତରୀୟ ସଂପାନରେ ମୁଖ୍ୟବକ୍ତା ସେଞ୍ଚୁରିଆନ୍ ୟୁନିଭର୍‌ସିଟି, ଭୁବନେଶ୍ୱରର ସହକାରୀ ପ୍ରଫେସର ଡଃ ଅବନିକାନ୍ତ ଭଦ୍ର ଏବଂ ମୁଖ୍ୟ ଅତିଥି ଭଦ୍ରକ କୃଷି ବିଜ୍ଞାନ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ ମତବ୍ୟକ୍ତ କରିଛଛନ୍ତିି । ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡଃ ଦୁର୍ଗା ଶଙ୍କର ଦାସଙ୍କ ପୌରୋହିତ୍ୟ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ସ୍ୱପ୍ନା ସୋନାଲିକା ଜେନାଙ୍କ ସଂଚାଳନାରେ ଅନୁଷ୍ଠିତ ସଂପାନରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।