Odiapua.com

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ, ପିଜି ଓ ବି.ଇଡି. ଅନ୍ତିମ ବର୍ଷର ଫଳାଫଳ ପ୍ରକାଶ, କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ସିଦ୍ଦାର୍ଥ ସିଂ କୁସ୍‌ୱା କଲେଜ ଟପ୍ପର

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଡିଗ୍ରୀ, ପିଜି ଓ ବି.ଇଡିର ଅନ୍ତିମ ବର୍ଷର ଫଳାଫଳ ପ୍ରକାଶ ପାଇଛି । ଏହି ଫଳାଫଳରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ସିଦ୍ଦାର୍ଥ ସିଂ କୁସୁ୍‌ୱା ସର୍ବାଧିକ ୨୨୫୨(ଅନର୍ସ + ଏଗ୍ରିଗେଡ୍‌) ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଉମାକାନ୍ତ ସାମଲ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କରିବା ସହ ଛାତ୍ରଛାତ୍ରୀଙ୍କ କୃତୀତ୍ୱ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ସୂଚନା ଅନୁଯାୟୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ମୋଟ ୮୨୨ ଜଣ ପରୀକ୍ଷାର୍ଥୀ ଥିଲେ । ତହିଁରୁ ୭୦୪ ଜଣ ପାସ କରିଛନ୍ତି । ପାସ ହାର ୮୫.୦୬ ପ୍ରତିଶତ ରହିଛି । ତେବେ କଳାରେ ମୋଟ ୩୩୫ ଜଣ ପରୀକ୍ଷାର୍ଥୀ ଥିଲେ । ୨୮୮ ଜଣ ପାସ କରିଛନ୍ତି । ପାସ୍ ହାର ୮୬ ପ୍ରତିଶତ ରହିଛି । ବିଜ୍ଞାନରେ ୨୫୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୯ ଜଣ ପାସ କରିଛନ୍ତି । ପାସହାର ରହିଛି ୮୫.୦୨ ପ୍ରତିଶତ । ବାଣିଜ୍ୟରେ ୨୩୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୭ ଜଣ ପାସ କରିଛନ୍ତି । ପାସ ହାର ୮୫.୦୭ ରହିଛି । ତେବେ ବାଣିଜ୍ୟରେ ପାସ ହାର ସବୁଠାରୁ କମ ରହିଛି । ତେବେ ମୋଟ ୩୮୪ ଜଣ ପ୍ରଥମଶ୍ରେଣୀରେ ଡିଷ୍ଟିଙ୍କସନ ପାଇଥିବା ବେଳେ ୮୩ ଜଣ ପ୍ରଥମ ଶ୍ରେଣୀରେ, ୫୬ ଜଣ ଦ୍ୱିତୀୟ ଶ୍ରେଣୀରେ ଡିଷ୍ଟିଙ୍କସନ, ୯୩ଜଣ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ।

କଳାରେ ସଂସ୍କୃତ ବିଭାଗର ତପସ୍ୱିନୀ ମିଶ୍ର ଟପ୍ପର ହୋଇଥିବାବେଳେ ଅର୍ଥନୀତି ବିଭାଗରେ ଶୁଭଶ୍ରୀ ସେଠୀ, ଶିକ୍ଷାରେ ପୂଜାରାଣୀ ଦାସ, ଇଂରାଜୀରେ ପୂଜା ପରିଡା, ହିନ୍ଦୀରେ ଶୁଭଲକ୍ଷ୍ମୀ ସେନାପତି, ଇତିହାସରେ ତିଳୋତ୍ତମା ଜେନା, ଗୃହ ବିଜ୍ଞାନରେ ଆଦିବା ସାହିନ, ଦର୍ଶନ ଶାସ୍ତ୍ରରେ ଅରବିନ୍ଦ ବାରିକ, ରାଜନୀତି ବିଜ୍ଞାନରେ ମଧୁଛନ୍ଦା ମହାନ୍ତି, ମନସ୍ତତ୍ତ୍ୱରେ ଜାବିନ ଅଖତର ଖାନ୍‌, ସମାଜ ବିଜ୍ଞାନରେ ସାମି ଖାତୁନ, ଓଡ଼ିଆରେ ରଂଜିତା ସାହୁ, ଉର୍ଦ୍ଧୁରେ ସାଲମା ଖାତୁନ ପ୍ରମୁଖ ବିଭାଗ ଟପ୍ପର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କଳାରେ ସର୍ବଶ୍ରୀ ଜାବିନ ଅଖତର ଖାନ୍ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନରେ ପଦାର୍ଥ ବିଜ୍ଞାନର ଚିନ୍ମୟ ନାୟକ ଟପ୍ପର ହୋଇଥିବାବେଳେ ଉଦ୍ଭିଦ ବିଜ୍ଞାନରେ ସୌମ୍ୟା ସୁଚରିତା ମହାନ୍ତି, ରସାୟନ ବିଜ୍ଞାନରେ ସଂଜୀବ କୁମାର ନାୟକ, ଗଣିତ ରେ ସୁନୀଲ କୁମାର ମଲ୍ଲିକ, ପ୍ରାଣୀ ବିଜ୍ଞାନରେ ଶୁଭସ୍ମିତା ବାରିକ, ଭୂତତ୍ତ୍ୱ ବିଜ୍ଞାନରେ ସତ୍ୟପ୍ରକାଶ ନାୟକ, ପରିସଂଖ୍ୟାନ ବିଜ୍ଞାନରେ ସିଦ୍ଧାର୍ଥ ଗୌତମ ପଣ୍ଡା, କମ୍ପ୍ୟୁଟର ସାଇନ୍ସରେ ସିଦ୍ଦାର୍ଥ ସିଂ କୁସ୍‌ୱା ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସିର୍ଦ୍ଧାଥ ଗୌତମ ପଣ୍ଡା ଟପ୍ପର ହୋଇଛନ୍ତି । ଅନୁରୂପ ବାଣିଜ୍ୟରେ ଦୀନେଶ କୁମାର ବାରିକ ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି । ସେହିଭଳି ଡିଗ୍ରୀ ସହ ପିଜି ଓ ବି.ଇଡିର ଅନ୍ତିମ ବର୍ଷର ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଆଜି ପରୀକ୍ଷାଫଳ ଘୋଷଣା ସମୟରେ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ମୃତ୍ୟୁଞ୍ଜୟ ଦାସ, ସହ ନିୟନ୍ତ୍ରଣକ ପ୍ରାଧ୍ୟାପକ ଅଜିତ୍ କୁମାର ଦାସ, ପ୍ରାଧ୍ୟାପକ ଦୁର୍ଗାଶଙ୍କର ଦାସ, ପ୍ରାଧ୍ୟାପକ ଲକ୍ଷ୍ମୀକାନ୍ତ ନାୟକ, ପ୍ରାଧ୍ୟାପକ ପ୍ରତାପ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଧୀରେନ କୁମାର ନାୟକ, ବରିଷ୍ଠ ସହକାରୀ ସୁରେଶ ଚନ୍ଦ୍ର ରାଉତ, ମଦନ ମୋହନ ବିନ୍ଧାଣୀ, ବସନ୍ତ ନାୟକ, ସତ୍ୟରଂଜନ ସାମଲ, ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ ।