Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ନୂଆ-ଓ’ ଯୋଜନାରେ ରକ୍ତଦାନ ଶିବିର

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ନୂଆ-ଓ’ ଯୋଜନା କାର୍ଯ୍ୟକ୍ରମର ୩ୟ ଦିନର ସାମାଜିକ କାର୍ଯ୍ୟ ସଂପାଦନ ମଧ୍ୟରେ ଏକ ରକ୍ତଦାନ ଶିବିର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିସିଏ ବିଭାଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପର ସଂଯୋଜକ ଡ. ପଦ୍ମନାଭ ପତ୍ରୀ ନିଜେ ସର୍ବପ୍ରଥମେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ । ପରେ ମହାବିଦ୍ୟାଳୟର ରସାୟନ ବିଭାଗ ଅଧ୍ୟାପକ ଡ. ସୁବ୍ରତ ବାରିକ, ଡ. ଅଭିଜିତ୍ ବିଶ୍ୱାଳ, ଡ. ସନ୍ତୋଷ କୁମାର ନନ୍ଦ, ଡ. ପୁଷ୍ପାଞ୍ଜଳି ସାହୁ, ବି.ଏଡ୍ ବିଭାଗର ଅଧ୍ୟାପକ ଡ. ନାରାୟଣ ବେହେରା, ଡ. ଗୋପୀନାଥ ଖୁଣ୍ଟିଆ, ରାଜନୀତି ବିଭାଗର ଅଧ୍ୟାପକ ଡ. ସୁଦର୍ଶନ ଦାସ, ଡ. ଶୁଭେନ୍ଦୁ ବରାଳ, ଇତିହାସ ବିଭାଗର ଅଧ୍ୟାପକ ଡ. ଚିଦାନନ୍ଦ ଦାସଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ୮୮ ୟୁନିଟ୍ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସ୍ୱୟଂ ଶାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ ଓ ସଂଯୋଜକ ଡ. ପଦ୍ମନାଭ ପତ୍ରୀ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ ।