Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ “ନୂଆ-ଓ” ଯୋଜନା ଅନ୍ତର୍ଗତ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ “ନୂଆ-ଓ” ଯୋଜନା କାର୍ଯ୍ୟକ୍ରମରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ସାମାଜିକ କାର୍ଯ୍ୟ ଏବଂ କାର୍ଯ୍ୟକଳାପର ଶୁଭାରମ୍ଭ ଆଜି ସକାଳ ୮ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ, କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଡ. ଶୈଳେନ୍ଦ୍ର ମହାପାତ୍ର, ସଭ୍ୟ ଡ. ବଳରାମ ମିଶ୍ର, ସଭ୍ୟ ଇଂ ଅଭୟ କୁମାର ସୂତାର, ୱାର୍ଡ ନଂ ୧୦ ର କାଉନସିଲର ପ୍ରତିନିଧି ପଂକଜ କୁମାର ବଳ, ଭଦ୍ରକ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନର ସଂପାଦକ ଅଜୟ କୁମାର ନାୟକ, ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ଅଧ୍ୟାପକ ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ ଓ କାର୍ଯ୍ୟକ୍ରମର ସଂଯୋଜକ ଡ. ପଦ୍ମନାଭ ପତ୍ରୀ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସାମାଜିକ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍ ମୁକ୍ତ ସମାଜ, ନାରୀ ଶିକ୍ଷା, ସୁସ୍ଥ ଜୀବନ, ନିଶା ସେବନର କୁପରିଣାମ ଅଭିଯାନ ସହିତ ଯୋଗଶିକ୍ଷା, ରକ୍ତଦାନ, ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ୍ ମୁକ୍ତ ସମାଜର ଏକ ବିଶାଳ ଅଭିଯାନ ସହର ପରିକ୍ରମା କରିଥିଲା । ଏବଂ ପରେ କଲେଜ ପଡିଆ ଓ କଲେଜ ପରିସରକୁ ପ୍ଲାଷ୍ଟିକ୍ ସାମ୍ରଗୀମାନର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଡ. ସୁଦର୍ଶନ ଦାସ ଓ ଡ. ନାରାୟଣ ବେହେରା ପରିଚାଳନାରେ ସହଯୋଗ କରିଥିଲେ ।