Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ବୈଠକ

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକଙ୍କ ଆବାହନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡଃ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସଭାପତି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ନରେନ୍ଦ୍ରନାଥ ଦାସଙ୍କ ସ୍ମୃତି ସଂସଦ ବୈଠକ ବିଳମ୍ବ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଯଥାଶୀଘ୍ର ଏହା ସଂପନ୍ନ କରିବାକୁ ଉପସ୍ଥିତ କଲେଜ ଅଧ୍ୟକ୍ଷ ଡଃ ସୁବୋଧ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ । ଆଲୋଚନାରେ ନୂତନ ଏକାଡେମିକ୍ ବ୍ଲକ୍‌ର ବିଦ୍ୟୁତକରଣ, ନବ ନିର୍ମିତ ୩ ଶହ ଶଯ୍ୟା ବିଶିଷ୍ଟ ଛାତ୍ର୍ରୀନିବାସର ଆଗାମୀ ବର୍ଷରେ ଯଥାର୍ଥ ଉପଯୋଗ, ନାକ କମିଟି ପରିଦର୍ଶନ ପାଇଁ ପ୍ରସ୍ତୁତିକରଣ ଇତ୍ୟାଦି ସ୍ଥାନ ପାଇଥିଲା । ଭଦ୍ରକ କଲେଜର ନବନିର୍ମିତ ଫାଟକର ଅଗ୍ରଗତି, ଶ୍ରେଣୀଗୃହ ଏବଂ ବିଭିନ୍ନ ଛାତ୍ର ନିବାସର ମରାମତି କାର୍ଯ୍ୟର ଅଗ୍ରଗତି ପାଇଁ ଯଥାଶୀଘ୍ର ଜିଲା ପ୍ରଶାସନ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ସଂପାଦକ ଶ୍ରୀ ନାୟକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ସଂସଦର ପୂର୍ବତନ ସଭାପତି ଡ. ଦୁର୍ଯ୍ୟୋଧନ ଦାସଙ୍କ ସମେତ ଇନ୍ଦ୍ରମଣି ପଣ୍ଡା, ସୌରେଶ ମହାନ୍ତି, ସରୋଜ ତପନ ଦାସ, ପର୍ଶୁରାମ ଦ୍ୱିବେଦୀ, ଗୋବର୍ଦ୍ଧନ ସାମଲ, ଗୋକୁଳାନନ୍ଦ ମହାନ୍ତି, ଅମରେନ୍ଦ୍ର ବିଶ୍ୱାଳ, ପ୍ରମୋଦ ରାୟ, ଦୀନେଶ ଚନ୍ଦ୍ର ଦାସ, ଚାରୁଲତା ମହାପାତ୍ର, ଲକ୍ଷ୍ମୀକାନ୍ତ ନାୟକ, ଦୁର୍ଗାଶଙ୍କର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ସଂଗ୍ରାମ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।