Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ, “କୌଣସି ଯୋଗ୍ୟ ଭୋଟର ବାଦ୍ ପଡ଼ିବେ ନାହିଁ” ବାର୍ତାରେ ସଚେତନତା

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ-୪୪ ଅଧୀନ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନୀ ସାକ୍ଷରତା କ୍ଲବ୍ ପକ୍ଷରୁ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ତର ନିର୍ବାଚନ ସାଗରିକା ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। “କୌଣସି ଯୋଗ୍ୟ ଭୋଟର ବାଦ୍ ପଡ଼ିବେ ନାହିଁ” ବିଷୟବସ୍ତୁକୁ ନେଇ ସ୍ଲୋଗାନ୍ ଲେଖନ, ନାଟିକା ଓ ଗୋଷ୍ଠୀ ଆଲୋଚନା ଆୟୋଜନ କରାଯାଇଥିଲା। ଏହି ଅବସରରେ ଡେପୁଟି କଲେକ୍ଟର ନିର୍ବାଚନ ସାଗରିକା ସାହୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଝଓଜ-୨୦୨୬ର ସଂଶୋଧିତ ସମୟସୂଚୀ, ଭୋଟର ପଞ୍ଜୀକରଣ ଏବଂ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ଉପରେ ସେମାନଙ୍କ ପ୍ରଶ୍ନର ଉତର ଦେଇଥିଲେ। ସେ ଯୋଗ୍ୟ ଯୁବ ଓ ଭବିଷ୍ୟତ ଭୋଟରମାନଙ୍କୁ ସମୟୋଚିତ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଆହ୍ୱାନ କରିଥିଲେ। ମତଦାନ ଅଧିକାର ଏକ ଗଣତାନ୍ତ୍ରିକ ଅଧିକାର ସହିତ ଏକ ଦାୟିତ୍ୱ ମଧ୍ୟ ଅଟେ। ତେଣୁ ପ୍ରତ୍ୟେକ ଯୋଗ୍ୟ ନାଗରିକ ସଚେତନ ଭାବେ ନିଜ ମତଦାନ ଅଧିକାର ପ୍ରୟୋଗ କରି ଏକ ସମାବେଶୀ, ସଚେତନ ଓ ଅଂଶଗ୍ରହଣମୂଳକ ଗଣତନ୍ତ୍ର ଗଠନରେ ସହଭାଗୀ ହେବାକୁ କାର୍ଯ୍ୟକ୍ରମରେ ଆହ୍ୱାନ କରାଯାଇଥିଲା।