Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନ୍‌. ଏସ.ଏସ.ର ବନ ମହୋତ୍ସବ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏନ୍‌. ଏସ.ଏସ. ର ଉଦ୍ୟମରେ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଲଳିତ ରଞ୍ଜନ ସାହୁ ସକ୍ରିୟ ଯୋଗଦାନ କରି ଏନ୍‌. ଏସ.ଏସ. ସ୍ୱେଚ୍ଛାସେବୀ ମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ପ୍ରେରଣା ଦେବା ସହିତ ଏକାଧିକ ବୃକ୍ଷ ରୋପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ଏନ୍‌. ଏସ.ଏସ. ସଂଯୋଜକ ଡଃ. ସୁଦର୍ଶନ ଦାସ ପରିଚାଳନା କରିଥିଲେ ଏବଂ ଡଃ. ସ୍ୱପ୍ନା ସୋନାଲିକା ଜେନା, ଡଃ. ଲୋପାମୁଦ୍ରା ପଟ୍ଟନାୟକ, ଡଃ. ସାଗର କୁମାର ଭୋଇ , ଡଃ. ରାଧାନାଥ ମିଶ୍ର ଆଦି ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ୪୦ ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି।