Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ରକ୍ତଦାନ ଶିବିର

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏନ.ଏସ. ଏସ., ଏନ. ସି. ସି., ୱାଇ.ଆର.ସି. ର ମିଳିତ ଅନୁକୁଲ୍ୟରେ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରଜତ କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ ଏବଂ ଡ଼ଃ ଶୁଦର୍ଶନ ଦାସ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାଇ.ଆର.ସି. ର ସଂଯୋଜକ ଡଃ ସନାତନ ବେହେରା , ଏବଂ ଚିଦାନନ୍ଦ ଦାସ ସହଯୋଗ କରିଥିଲେ । ଏଥିରେ ଭଦ୍ରକ ଜିଲ୍ଲା ରେଡ଼ କ୍ରସ ତରଫରୁ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏକାଧିକ ସ୍ୱେଛାସେବୀ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।