Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତି ତିନି ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ.ସୁବୋଧ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚନ ବେଳେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପନିୟନ୍ତ୍ରକ ଡ. ଅଜିତ କୁମାର ଦାଶ, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଲକ୍ଷ୍ମୀକାନ୍ତ ନାୟକ, ଉପ ପରୀକ୍ଷା ନିୟନ୍ତ୍ରକ ଡ.ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଯୁକ୍ତ ତିନି କଳାର ୧୪ଟି ସମ୍ମାନ ବିଷୟରେ ମୋଟ ୩୧୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୧ ଜଣ ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠତା ହାସଲ କରିଛନ୍ତି। ପାସ ହାର ୮୪ ପ୍ରତିଶତ ହୋଇଛି। ବିଜ୍ଞାନର ୨୫୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୮ ଜଣ ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠତା ହାସଲ କରିଛନ୍ତି। ଏଥିରେ ପାସ ହାର ୭୭.୮ ପ୍ରତିଶତ ରହିଛି। ବାଣିଜ୍ୟରେ ମୋଟ ୨୩୦ଜଣ ପରୀକ୍ଷାର୍ଥୀଙ୍କ ୫୭ ଜଣ ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠତା ହାସଲ କରିଛନ୍ତି। ସେହିଭଳି ସେଲଫ୍ ଫାଇନାନସିଙ୍ଗ୍ କୋର୍ସରେ ମୋଟ ୧୨୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬ ଜଣ ଉତୀର୍ଣ୍ଣ ହୋଇଛନ୍ତି। ତହିଁରୁ ୩୪ ଜଣ ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠତା ହାସଲ କରିଛନ୍ତି। ପାସ ହାର ୮୩.୫ ପ୍ରତିଶତ ରହିଛି। ତେବେ କଳା ବିଭାଗରେ ସସ୍ମିତା ଓଝା ୨୩୦୬ ନମ୍ବର ରଖି ଟପର ହୋଇଥିବା ବେଳେ ବାଣିଜ୍ୟ ବିଭାଗରେ ପାର୍ଥ ସାରଥୀ ପଲାଇ ୨୨୬୨ ନମ୍ବର ରଖି ଟପର ହୋଇଛନ୍ତି। ବିଜ୍ଞାନ ବିଭାଗରେ ତୁଷ୍ଟିତା ଜେନା ୨୪୦୬ ନମ୍ବର ରଖି ଟପର ହେବା ସହ ସାମଗ୍ରିକ ଭାବେ କଲେଜ ଟପର ହେବାର ସୌଭାଗ୍ୟ ଅର୍ଜିଛନ୍ତି। ସେଲଫ୍ ଫାଇନାନସିଙ୍ଗ୍ ବିଭାଗରେ ଶଶୀକାନ୍ତ ମହାନ୍ତି ୨୨୬୭ ନମ୍ବର ରଖି ଟପର ହୋଇଛନ୍ତି। ସେଲଫ ଫାଇନାସିଙ୍ଗ୍ ବିଭାଗର ସୂଚନା ପ୍ରଯୁକ୍ତି ପରିଚାଳନା ବିଷୟର ଛାତ୍ର ଶଶୀକାନ୍ତ ମହାନ୍ତି ଟପର ହୋଇଛନ୍ତି।