Odiapua.com

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ବିଭାଗର ପ୍ରତିଷ୍ଠା ଦିବସ ଅବସରରେ ଦ୍ୱାଦଶତମ ରବି ନାରାୟଣ ମହାନ୍ତି ସ୍ମାରକୀ ସେମିନାର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ ନିଷ୍ଠା ଓ ଅଧ୍ୟବସାୟ ବଳରେ ଶିକ୍ଷା ଆହରଣ କରିବା ସହ ଆନୁସଙ୍ଗିକ ସମୟରେ ସମାଜରେ ପ୍ରୟୋଗ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।ବିଭାଗୀୟ ମୁଖ୍ୟ ଡକ୍ଟର ଅରୁନ୍ଧତୀ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।ଡକ୍ଟର ମହାନ୍ତି ବିଭାଗର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପୂରାତନ ଛାତ୍ରଛାତ୍ରୀଙ୍କ ଗୌରବମୟ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ।ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମାଜବିଜ୍ଞାନ ବିଭାଗରେ ସ୍ନାତକୋତର ଶ୍ରେଣୀ ଖୋଲାଗଲେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ମତ ପୋଷଣ କରିଥିଲେ।ଏହି ଅବସରରେ ସମାଜ ବିଜ୍ଞାନ ସମ୍ମାନରେ ଟପ୍ପର ହୋଇଥିବା ଆଦ୍ୟାଶା ମହାପାତ୍ରଙ୍କୁ ଆର. ଏନ. ମେମୋରିଆଲ ଟ୍ରଫି,ନଗଦ ରାଶି ଓ ପ୍ରମାଣ ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ବିଭାଗର ଅଧ୍ୟାପିକା ସୁଶ୍ରୀ ସାଗରିକା ଦାଶ ମହାପାତ୍ର,କାଶୀନାଥ ସ୍ୱାଇଁ,ବାସନ୍ତୀ ମାଝୀ,ପୂର୍ବତନ ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା,ପୂର୍ବତନ ଛାତ୍ର ଜ୍ୟୋତିରଞ୍ଜନ ପାଣିଗ୍ରାହୀ,ଟପ୍ପର ଆଦ୍ୟାଶାଙ୍କ ଅଭିବାବକ ଆଇନଜୀବୀ ପ୍ରକାଶ ମହାପାତ୍ର ଓ ସମାଜସେବୀକା ତପସ୍ୱିନୀ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ୱୋଧନ ଦେଇଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଓଡ଼ିଶାର ଗ୍ରାମୀଣ ଜୀବନ ଜୀବିକାରେ ପାଇଁ କୃଷି ଓ ପଶୁସମ୍ପଦର ଉପଯୋଗ” ଶୀର୍ଷକରେ ସେମିନାର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଗତ ୧୧ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଦ୍ୱାଦଶତମ ଆର. ଏନ.ମହାନ୍ତି ସ୍ମାରକୀ ବକୃତାମାଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।