Odiapua.com

ଭଦ୍ରକ ସ୍ୱାଭିମାନ ମଞ୍ଚ ପକ୍ଷରୁ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଦିନା ମଇଦାନ ଠାରେ ଅନୁଷ୍ଠିତ ଭଦ୍ରକ ସ୍ୱାଭିମାନ ମଞ୍ଚ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଭଦ୍ରକ ସ୍ୱାଭିମାନ ମଂଚର ସଭାପତି ଆଇନ୍‌ଜୀବୀ ତାହେର ମହମ୍ମଦ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସ୍‌ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି ଯୋଗଦେଇ ଏହି ମହାମାରୀ କରୋନା ସମୟରେ କରୋନା ଯୋଦ୍ଧାମାନେ କିପରି ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷା, ସାହାଯ୍ୟ ଓ ସହଯୋଗ କରୁଥିଲେ, ସେ ସଂପର୍କରେ ସୂଚନା ଦେଇଥିଲେ । ଏହି ସଭାରେ ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ ମହାନ୍ତି ମୁଖ୍ୟବକ୍ତା, ଡାକ୍ତର ହରି ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ଭଦ୍ରକ ବାର୍ ଆସୋସିଏସନ୍‌ର ସଭାପତି ଦିଲ୍ଲୀପ ମହାପାତ୍ର, ଭଦ୍ରକ ମୁସ୍‌ଲିମ୍ ଜମାତର କାର୍ଯ୍ୟକାରୀ ସଭାପତି ଓ କଂଗ୍ରେସର ଟାଉନ୍ ସଭାପତି ଅବଦୁଲ ମୁକିତ୍ ଖାଁ, ଭଦ୍ରକ ହିନ୍ଦୁ ସୁରକ୍ଷାର ସଭାପତି ବିଦ୍ୟାଧର ସାହୁ, ରାଜ୍ୟ ବିଜେଡି ମାଇନରିଟି ସେଲ୍‌ର ସଂପାଦିକା ତାହେରା ଖାତୁନ, ସମାଜସେବୀ ସୁଧାକର ରାଉତ, ମାରୱାଡି ଯୁବ ସଂଘର ମିନୁ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଭଦ୍ରକର ଡାକ୍ତର ଗୌରଚନ୍ଦ୍ର ଜେନା ଓ ମେଡିକାଲ ଷ୍ଟାଫ, ପୁଲିସ୍‌, ମ୍ୟୁନିସିପାଲଟିର ମୁଖ୍ୟ କର୍ମକର୍ତ୍ତା ଓ ଇଲେକ୍‌ଟ୍ରୋନିକ୍‌, ପ୍ରିଣ୍ଟିଂ ଓ ସୋସିଆଲ ମିଡିଆର କରୋନାଯୋଦ୍ଧାମାନଙ୍କୁ ମଂଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।