ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ ମହାପୂଣ୍ୟ। ସେଥିପାଇଁ ଭଦ୍ରକ ସେବା ଗ୍ରୁପ୍ ପକ୍ଷରୁ ଏଭଳି ମହତ୍ କାର୍ଯ୍ୟର ଆୟୋଜନ କରାଯାଇଛି। ଗରିବ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ଅଭାବ ଦେଖାଯାଉଥିବାରୁ ଭଦ୍ରକ ପୌରପାଳିକା ଅଧୀନସ୍ଥ ପାଟଣାସାହିରେ ଭଦ୍ରକ ସେବା ଗ୍ରୁପ୍ ତରଫରୁ ପ୍ରଥମ ଥର ଆଜି ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୫୦ ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ବୋଲି ଭଦ୍ରକ ସେବା ଗ୍ରୁପ୍ର ସଭାପତି କହିଛନ୍ତି।