Odiapua.com

ଭଦ୍ରକ : ସିଲ୍ ହେଲା ମା’ ତାରିଣୀ ପରିଧାନ ଲୁଗା ଦୋକାନ

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର ପୁରୁଣା ତହସିଲ ରୋଡ୍ ଟ୍ୟାକ୍ସିଷ୍ଟାଣ୍ଡରେ ଥିବା ଅତ୍ୟାଧୁନିକ ଲୁଗା ଦୋକାନ ମା’ ତାରିଣୀ ପରିଧାନକୁ ସିଲ୍ କରିଛି ସହରାଞ୍ଚଳ ଥାନା ପୁଲିସ୍ । କରୋନା କଟକଣା ନମାନି ଦୋକାନ ଖୋଲି ଜିନିଷ ବାହାର କରିବା ସମୟରେ ପୁଲିସ୍‌ର ନଜର ଏହି ଦୋକାନ ଉପରେ ପଡିଥିଲା । ଫଳରେ ସୋରୁମ୍ ଟିକୁ ପୁଲିସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି । ଏଠାରେ ସୂଚନାଯୋଗ୍ୟ ମହାମାରୀ କରୋନା କଟକଣା ଯୋଗୁଁ ଗତ ମଇ ମାସ ୫ ତାରିଖ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଥିଲା । ଏହି ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ କୌଣସି ଦୋକାନ ବଜାର ଖୋଲାଯାଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କଡା ଚେତାବନୀ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ ହେଉଥିବାବେଳେ ଆଜି ଏହି ମା’ ତାରିଣୀ ପରିଧାନ ଖୋଲା ଥିବାର ଦେଖାଯାଇଥିଲା । ଏହାକୁ ସହରାଞ୍ଚଳ ଥାନା ପୁଲିସ୍ ଦେଖି ସିଲ୍ କରିଥିବାର ଜଣାପଡିଛି ।