Odiapua.com

ଭଦ୍ରକ ସିନିଅର୍ ଇଂଟ୍ରା କ୍ଲବ୍ କ୍ରିକେଟ୍ ଉଦ୍‌ଯାପିତ, କଳିଙ୍ଗ କ୍ଲବକୁ ପରାସ୍ତ କରି ପୂର୍ବତଟ ରେଳପଥ ଚମ୍ପିୟନ୍‌

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ସିନିଅର୍ ପୁରୁଷ ଇଂଟ୍ରା କ୍ଲବ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ ରେଳବାଇ କ୍ରିଡାଙ୍ଗନରେ ଅନୁଷ୍ଠିତ ହୋଇଯାଇଛି । ଏକ ପ୍ରତିଦ୍ୱନ୍ଦିତା ମୂଳକ ଫାଇନାଲ୍ ମ୍ୟାଚରେ ଭଦ୍ରକ ପୂର୍ବତଟ ରେଳପଥ ୯୯ ରନ୍‌ରେ କଳିଙ୍ଗ କ୍ଲବକୁ ପରାସ୍ତ କରି ଚମ୍ପିୟନ୍ ଆସନ ଅଧିକାର କରିଛି । ପୂର୍ବତଟ ରେଳପଥ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ପୂର୍ଭତଟ ରେଳପଥ ୪୦ ଓଭର ଖେଳି ୨୫୪ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ଆକାଶ ମହାପାତ୍ର ୫୦ ରନ୍ ସଂଗ୍ରହ କରିଥିଲା ବେଳେ, ଆଶୁତୋଷ ସାମଲ ୪୫ ରନ୍ ଓ ସାହିଲ ଖାନ୍ ୩୧ ରନ୍ ସଂଗ୍ରହ କରିଥିଲେ । କଳିଙ୍ଗ କ୍ଲବ୍ ତରଫରୁ ଅଙ୍କିତ୍ ଦାସ ୩ ଟି ୱିକେଟ୍ ଓ ସାନ୍ତନୁ ଦାସ ୩ ଟି ୱିକେଟ୍ ଅକ୍ତିଆର କରିଥିଲେ । ଜିଣିବା ପାଇଁ ୨୫୫ ରନ୍ ବିଶାଳ ଲକ୍ଷକୁ ହାସଲ କରିବା ପାଇଁ କଳିଙ୍ଗ କ୍ଲବ୍ ବେଟ୍‌?ସମ୍ୟାନ୍ ମାନେ କ୍ରମାନୟ ୱିକେଟ୍ ପତନ କରିଚାଲିଥିଲେ । ଶେଷରେ ୩୬ ଓଭର ଖେଳି ୧୦ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲେ । ଦଳ ପାଇଁ ଅଂଶୁମାନ ମହାନ୍ତି ୬୭ ରନ୍ ଓ ଦେବରାଜ ବାରିକ ୪୫ ରନ୍ ସଂଗ୍ରହ କରିଥିଲେ । ପୂର୍ବତଟ ରେଳପଥ ତରଫରୁ ବୋଲିଂ କରି ନୀହାର ଭୂୟାଁ ୬ ୱିକେଟ୍ ଅକ୍ତିଆର୍ କରିଥିଲେ । ଅମିୟାର୍ ରୂପେ ଲଲାଟକେଶରୀ ନନ୍ଦ ଓ ସତ୍ୟରଞ୍ଜନ ସାବସ କେଳ ପରିପ୍ପଳନା କରିଥିବା ବେଳେ ସ୍କୋରର ଥିଲେ ନିର୍ଦ୍ଧେକ ଘୋଷ । ମ୍ୟାଚ୍ ପରେ ଅନୁଷ୍ଠିତ ଉଦ୍‌ଯାପନ ଉତ୍ସବରେ ଭଦ୍ରକର ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ କ୍ରିକେଟ୍ ସମେତ ସମସ୍ତ ପ୍ରକାର କ୍ରିଡାର ଉନ୍ନତି ପାଇଁ ପ୍ରଶାସନ ସବୁପ୍ରକାର ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଆସୋସିଏସନର ସଭାପତି ଉପେନ୍ଦ୍ର କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସଂପାଦକ ଧୂରେନ୍ ପଲାଇ କ୍ରିକେଟ୍ ବିବରଣୀ ଉପସ୍ଥାପନ କରିଥିଲେ । ଶ୍ରୀ ପଲାଇ ନିଜ ବକ୍ତବ୍ୟରେ ଓଡିଶା କ୍ରିକେଟ୍ ନବଜାତକ ଭଦ୍ରକ ସମ୍ମାନଜନକ ଡାଇମଣ୍ଡ ବ୍ୟାଙ୍କରେ ପହଂଚି ଥିବାରୁ ଜିଲ୍ଲାର ସମସ୍ତ କ୍ରିକେଟର୍ ଓ କ୍ରିକେଟ୍ କ୍ଲବ୍ ମାନଙ୍କୁ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ପୂର୍ବତଟ ରେଳପଥକୁ ଚମ୍ପିୟନ୍ ଟ୍ରଫି, କଳିଙ୍ଗ କ୍ଲବକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରାଯିବା ସହ ନୀଷାର ରଞ୍ଜନ ଭୂୟାଁଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଓ ବେଷ୍ଟ ବୋଲର, ଆକାଶ ମହାପାତ୍ରଙ୍କୁ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଂଟ ଓ ବେଷ୍ଟ ବ୍ୟାଟସ୍‌ମେନ୍ ରୂପେ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆସୋସିଏସନର ଦୁଇଜଣ ବରିଷ୍ଠ ସଦସ୍ୟ ଯତିକାନ୍ତ ନାୟକ, କିଶୋର ମହାପାତ୍ର ତଥା ଜିଲ୍ଲାର ଜଣେ ପୂର୍ବତନ କ୍ରିକେଟର୍ ଅଶୋକ କୁମାରଙ୍କୁ ର୍ଦ୍ଧନା ଦିଆଯାଇଥିଲା । ସେହିପରି ନିଜର ବ୍ୟକ୍ତିଗତ ପ୍ରଦର୍ଶନ ଭିତିରେ ଓଡିଶା ରଞ୍ଜି ଟିମ୍‌ରେ ସ୍ଥାନ ପାଇଥଲେ ହର୍ଷିତ୍ ରାଠୋର, ଅଣ୍ଡର-୨୩ ଟିମ୍‌ରେ ସୂର୍ଯ୍ୟ ମହାପାତ୍ର, ଅଣ୍ଡର-୧୯ ଟିମ୍‌ରେ ଆକାଶ ମହାପାତ୍ର, ଓଡିଶା ସିନିୟର୍ ମହିଳା ଦଳରେ ଅର୍ଜନା ରାଉତ, ଅଣ୍ଡର-୧୯ ମହିଳା ଦଳରେ ଅନନ୍ୟା ରାଉତଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବରେ ଆସୋସିଏନର ସଦସ୍ୟ ନରେନ୍ ପଲାଇ, ଭବରୋଷ ଦାସ ଓ ନୀଳମାଧବ ଦାସ, ଦିଲିପ୍ କୁମାର ନାୟକ, ବ୍ୟୋମକେଶ ସେନାପତି, ରବିନାରାୟଣ ପାଣିଗ୍ରାହୀ, ପାର୍ଥସାରଥ ରାୟ, ଲକ୍ଷ୍ମୀକାନ୍ତ ଷଢଙ୍ଗୀ, ଅତିଶ ବେହେରା, ତୁଷାରକାନ୍ତ ଦାସ, ସଞ୍ଜିବ୍ ଦାସ, ସୁଦାମ ନାୟକ, ସୁଶିଲ ପଟ୍ଟନାୟକ, ଯଦୁନାଥ ସ୍ୱାଇଁ, ଗୌରାଙ୍ଗ ମହାପାତ୍ର, ବିଜୟ ଗୁପ୍ତା, ବେଦ ପ୍ରକାଶ ଗୁପ୍ତା, ସନାତନ ସାହୁ, ସୋମନାଥ ସାହୁ, ଦିଲିପ୍ ନାୟକ, ରାଇମୋହନ ମହାପାତ୍ର, ଲକ୍ଷ୍ମୀଧର ଜେନା, ବ୍ରଜନାରାୟଣ ଜେନା, ବିକ୍ରମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।