Odiapua.com

ଭଦ୍ରକ : ସିଟୁ ପକ୍ଷରୁ ପ୍ରତିବାଦ ସଭା

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକରେ ସିଟୁ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଲେବର କୋଡ୍ ପ୍ରତ୍ୟାହାର କରିବା ଓ ଦରଦାମ ବୃଦ୍ଧି ବନ୍ଦ କରିବା ଦାବିରେ କଚେରୀ ବଜାରରେ ଏକ ପ୍ରତିବାଦ ସଭା ପାଳିତ ହୋଇଯାଇଛି । ବିଶିଷ୍ଟ ଶ୍ରମିକନେତା ଦିବ୍ୟସିଂହ ନାୟକ, ଅଧିବକ୍ତା ରାଧା ଦାସ, ଗିରିଧାରୀ ନାଥଙ୍କ ନେତୃତ୍ୱରେ ସେକ୍ କମର, ସେକ୍ କାଳୁ, ମୁକ୍ତିକାନ୍ତ ବାରିକ, ସେକ୍ ସିକ୍ରୁ, ଶରତ ମହାକୁଡ ପ୍ରମୁଖ ଶତାଧିକ ଶ୍ରମିକ ଯୋଗଦେଇ ମୋଦି ସରକାରଙ୍କ କୃଷକ ଶ୍ରମିକ ମାରଣ ନୀତିର ତୀବ୍ର ନିନ୍ଦା କରିଥିଲେ । ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଆହ୍ୱାନ ଦେଇଥିଲେ ।