Odiapua.com

ଭଦ୍ରକ ସାହିତ୍ୟ ପରିଷଦର ମନୋଜ ଦାସଙ୍କ ପାଇଁ ଦୀପଦାନ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ପରିଷଦର ଭଦ୍ରକସ୍ଥ ଲୋକନାଥ ମନ୍ଦିର ଠାରେ ଭାରତର ଅନନ୍ୟ ଅପ୍ରତିଦ୍ୱନ୍ଦୀ ସାରସ୍ୱତ ସ୍ରଷ୍ଟା ତଥା ପ୍ରଜ୍ଞାପୁରୁଷ ଶ୍ରୀଯୁକ୍ତ ମନୋଜ ଦାସଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ଓଡିଆ ଓ ଇଂରାଜୀ ସାହିତ୍ୟର ବରେଣ୍ୟ ଅନ୍ୟତମ ବାଣୀପୁତ୍ର ତଥା ରୁଚିବନ୍ତ ଭୀଷ୍ମ ପିତାମହ ମନୋଜ ଦାସଙ୍କ ନିରାମୟ ଓ ସୁସ୍ଥ ଜୀବନ କାମନା କରି ପରିଷଦର ସଭ୍ୟମାନେ ଲୋକନାଥଙ୍କ ପାଖରେ ବିନମ୍ର ପ୍ରାର୍ଥନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସାହିତ୍ୟ ପରିଷଦର ସଭାପତି ଡ. ଗୋଲକ ବିହାରୀ ସାହୁ, ପୂର୍ବତନ ସଭାପତି ଡ. ରାଧାରାଣୀ ମହାପାତ୍ର, ଡ. ଅବନୀ ପ୍ରଧାନ, ଡ. ହରିହର ନାୟକ, କବି ଦିବ୍ୟସିଂହ ଦାସଅଧିକାରୀ, ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳ, ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ରତିକାନ୍ତ ବେହେରା, କବି ଶରତ କୁମାର ନାୟକ, ମୋଗଲ ତାମସରା ପ୍ରତିଷ୍ଠିତ ଅଭିନେତା ଗୌରାଙ୍ଗ ବାରିକ, କବି ଅକ୍ଷୟ କୁମାର ଜେନା, ଅରୁପାନନ୍ଦ ନାୟକ, ଦୀପ୍ତିମୟୀ ସାହୁ ପ୍ରମୁଖ ଉପସ୍ଥିତ ରହି ମନୋଜ ଦାସଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବାବା ଲୋକନାଥ ଓ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ତାଙ୍କର ଆରୋଗ୍ୟ କାମନା କରିଥିଲେ ।