Odiapua.com

ଭଦ୍ରକ ସାହିତ୍ୟ ପରିଷଦର କବିତାପାଠ ଓ ଆଲୋଚନା ଚକ୍ର, ସାହିତ୍ୟ ହେଉଛି ସମାଜର ଦର୍ପଣ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆବଜାର ସ୍ଥିତ ସାବିତ୍ରୀ ଭବନ ଠାରେ ଅବସର ପ୍ରାପ୍ତ ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ରଙ୍କ ସଭାପତିତ୍ୱରେ ଡ.ଗୋଲକ ବିହାରୀ ସାହୁଙ୍କ ସଂଚାଳନରେ ଭଦ୍ରକ ସାହିତ୍ୟ ପରିଷଦର କବିତାପାଠ ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ସମ୍ପାଦକ ବିଜୟ ବହଳୀ ପରିଷଦର ସୂଚନା ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ.ବାସୁଦେବ ବାରିକ କବିତା ପାଠ ସହିତ କବିତାର ସମୀକ୍ଷା ଜରୁରୀ ବୋଲି ଉପଦେଶାତ୍ମକ ବକ୍ତବ୍ୟ ରଖିଥିଲେ ।ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପିକା ଝରଣା ପଟ୍ଟନାୟକ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଡ.କୃପାସିନ୍ଧୁ ନାୟକ, ଶାନ୍ତନୁ ରାଉତ, ହରିଶ ଦାସ,ସାମାଜିକ କର୍ମୀ ଲଲାଟେନ୍ଦୁ ମହାନ୍ତି,କବି ରମେଶ ଦାସ, ଡ.ଅବନୀ ପ୍ରଧାନ, ଯୋଗ ଦେଇ ସାହିତ୍ୟ ସମାଜର ଦର୍ପଣ ବୋଲି କହିଥିଲେ । ଡ ପ୍ରଭାତ ନଳିନୀ ମହାପାତ୍ର, କବି ଗୌତମ ମହାରଣା, ଅଧ୍ୟାପିକା ନିଳୀମା ପଣ୍ଡା, କବି ରତିକାନ୍ତ ବେହେରା, କବୟିତ୍ରୀ ପ୍ରୀତିଲତା ପଣ୍ଡା, ଅଧ୍ୟାପିକା ଉଷାରାଣୀ ଜେନା କବିତା ଗୁଡ଼ିକ ସମୀକ୍ଷା କରିଥିଲା ବେଳେ କବୟତ୍ରୀ ଜାନକୀ ପାଢ଼ୀ, ସଂଯୁକ୍ତା ବଳ ନାୟକ, କବି ବାବୁଲାଲ ଦାସ, ଅରୂପାନନ୍ଦ ନାୟକ, ଅକ୍ଷୟ ଜେନା , ଶଶାଙ୍କ ପଣ୍ଡା,ମାନସ ପଣ୍ଡା ଆଦି ୨୫ରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ ।ଶେଷରେ ନାଟ୍ୟଶ୍ରୀ ନିର୍ମଳ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥଲେ ।