Odiapua.com

ଭଦ୍ରକ ସାମ୍ବାଦିକ ଭବନରେ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ଭାବେ ଭଦ୍ରକ ଟାଉନ ରେ ଉଦ୍ଘାଟନ ହୋଇଥିବା ଭଦ୍ରକ ସାମ୍ବାଦିକ ଭବନ ସମ୍ମୁଖରେ ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ୮୦ ତମ ସ୍ୱାଧୀନତା ଦିବସ ଅବସର ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଉଦବୋଧନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ଯେ, ଭାରତ ସ୍ୱାଧୀନତାରେ ଭଦ୍ରକ ମାଟିର ଅବଦାନ ସଦା ସର୍ବଦା ସ୍ମରଣୀୟ ହୋଇ ରହିଛି । ସମସ୍ତ ସାମ୍ବାଦିକ ମାନଙ୍କ ଦ୍ୱାରା ପାଳିତ ହେଉଥିବା ସ୍ୱାଧୀନତା ଦିବସ ଗର୍ବ ଗୌରବର ବିଷୟ ବୋଲି ସେ କହିବାସହ ସାମ୍ବାଦିକ ମାନଂକୁ ପ୍ରଶଂସା କରିଥିଲେ। ଏବଂ ସତ୍ୟ ତଥ୍ୟ ମୂଳକ ଖବର ପ୍ରକାଶ କରିବାକୁ କହିଥିଲେ । ଜିଲ୍ଲା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ,ଦୁର୍ଗା ଶଙ୍କର ବିଶ୍ୱାଳ, ଜ୍ଞାନ ପ୍ରକାଶ ପାଣି, ଅପୂର୍ବ ରଂଜନ ବେହେରା ବକ୍ତବ୍ୟ ରଖିଥିଲେ । ବରିଷ୍ଟ ସାମ୍ବାଦିକ ଡ. ହରିହର ନାୟକ,ଦୀପ୍ତି ରଞ୍ଜନ ସାହୁ,ପ୍ରକାଶ ସ୍ୱାଇଁ, ନସୀମ ଅକ୍ତର,ରାଜେଶ ଦାସ, ଶୁଭଦୀପ ମଲ୍ଲିକ,ସଞ୍ଜୀବ ନାୟକ,ଶୁଭ୍ରକାନ୍ତ ରାଉତରାୟ, ରାକେଶ ଦାସ, ତପନ ଦାସ, ସନ୍ତୋଷ ଜେନା, ସନ୍ତୋଷ ସାହୁ, ପ୍ରଶାନ୍ତ ସାହୁ, ଗଙ୍ଗାଧର ଦାସ, ଲାଲା ଧୀରେନ୍ଦ୍ର ରାୟ, ନିରାକାର ସାହୁ, ଆଲୋକ ମହାନାୟକ, ଶିବ ଶଙ୍କର ପଣ୍ଡା, ତାରିକ ହୁସେନ, ସେକ ଅବଦୁଲ ଫିତର, ହାପିଜୁଦିନ ଖାନ ପ୍ରମୁଖ ଉପସ୍ଥିତ ହୋଇ ରାଷ୍ଟ୍ରୀୟ ସଂଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।