Odiapua.com

ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଘାଟିତ, ମହୋତ୍ସବ ଭାଇଚାରା ସମ୍ପର୍କକୁ ସୁଦୃଢ କରିଥାଏ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ହେଉଛି ସାରସ୍ୱତ ର ମାଟି, ସଂଗ୍ରାମୀ ଙ୍କ ମାଟି, ତ୍ୟାଗ ର ମାଟି,ବାଳିଦାନର ମାଟି । ଭଦ୍ରକ ସାଂସ୍କୃତିକ ମହୋତ୍ସବ ଭାଇଚାରା ସମ୍ପର୍କ କୁ ସୁଦୃଢ କରିଥାଏ । ଦୀର୍ଘ ନଅ ବର୍ଷ ଧରି ସଂଜୀବ ହିରୋ ପ୍ରାୟୋଜିତ ଏହି ମହୋତ୍ସବ ଦଳ, ମତ, ରାଜନୈତିକ ରୁ ଉର୍ଦ୍ଧରେ ରହି ଭଦ୍ରକ ବାସୀଙ୍କୁ ମହୋତ୍ସବ ମାଧ୍ୟମରେ ଭାଇଚାରା ସମ୍ପର୍କର ବାର୍ତା ଦେଇଥାଏ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଭଦ୍ରକ ସାଂସ୍କୃତିକ ମହୋତ୍ସବ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ବିଧାୟକ ସଂଜୀବ କୁମାର ମଲ୍ଲିକ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ କାଉନସିଲର ପ୍ରବୀର ଜେନା, ମୁଖ୍ୟବକ୍ତା ଭାବେ ଆଖଣ୍ଡଳମଣି କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ସମ୍ମାନୀତ ଅତିଥିଭାବେ ଆଇନଜୀବୀ ତାହେର ମହମ୍ମଦ,ଯୁବ ନେତା ବବୁଲ ଦାସ, ଜିତୁ ଦାସ ଯୋଗ ଦେଇଥିବା ବେଳେ, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି ସ୍ୱାଗତ ଭାଷଣ,ଉପଦେଷ୍ଟା ଜାନକୀ ପାଢ଼ୀ,ଅଞ୍ଜନା ମିଶ୍ର ଉପସଭାପତି ମନାରମା ରାୟ, ଚଇତାଳି ଖିଲାର ବନ୍ଦେ ଉତ୍କଳ ଜନନୀ ଗାନ ଓ ତେଜସ୍ୱିନୀ ଦାସ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ବ୍ୟାଚ ପ୍ରଦାନ ଓ ଶରତ ସାହୁ ବେଦ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପାଦକ ପ୍ରଭାତ ଜେନା, ସୀତାକାନ୍ତ ପାଢ଼ୀ, ଆବାହକ ଅବିନାଶ ପଣ୍ଡା, ଜଗବନ୍ଧୁ ବେହେରା,ଅଜୟ ପଣ୍ଡା,,ରାଜେଶ ଦାସ, ଶୁଭଦୀପ ମଳ୍ପିକ,କମଳଲୋଚନ ପଣ୍ଡା, ରମେଶ ପାଗଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଚୁନିଦା ଉତ୍କଳ ଗ୍ରୁପ ମୁଖ୍ୟ କାନହୁ ସାହୁ ଙ୍କ ନେତୃତ୍ୱରେ ନାଟକ ପରିବେଷଣ ହୋଇଥିଲା । ଏହି ମହୋତ୍ସବ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଓ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଖ୍ୟାତ ଅଭିନେତା ପପୁ ପମ୍ପପମ, ଲିପ୍ସା ମହାପାତ୍ର, ପ୍ରଭୁ ପାଦ, କୁମାର ଜିତୁ ଭଳି ବହୁ ନାମିଦାମୀ କଳାକାର ଓ ଯାତ୍ରା ଅଭିନେତା ଅଭିନେତ୍ରୀ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ସଭାପତି ଶ୍ରୀ ଖିଲାର କହିଥିଲେ । ସହରର ବହୁ ଶିକ୍ଷାବିତ,ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଶେଷରେ କମିଟି ର ସାଧାରଣ ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।