ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାସ୍କୃତିକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇ କହିଲେ ଭଦ୍ରକ ହେଉଛି ଭାଇଚାରାର ସହର । ଭଦ୍ରକ ଭୂଖଣ୍ଡରେ ବିଭିନ୍ନ ସମୟରେ ସୌର, ଶାକ୍ତ, ବୈଷ୍ଣବ, ବୌଦ୍ଧ, ଜୈନ, ଶିଖ୍, ଇସଲାମ୍ ଓ ଇଶାଇ ଧର୍ମର ଧର୍ମଗୁରୁଙ୍କ ସହିତ ବୈଷ୍ଣବ ଧର୍ମର ପ୍ରବର୍ତକ ସ୍ୱୟଂ ଶ୍ରୀ ଚୈତନ୍ୟ ପଦାର୍ପଣ କରିଛନ୍ତି । ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ରଚିତ ମୋଗଲ ତାମସା ପରି ବହୁ ସାହିତ୍ୟ, ନାଟକ ହିନ୍ଦୁ ଓ ଇସଲାମ୍ ଧର୍ମର ସଂଯୋଗ ସେତୁ । ଭଦ୍ରକର ଐତିହ୍ୟ ଓ ପରମ୍ପରା ବଜାୟ ରଖିବାକୁ ଗାନ୍ଧି ପଡିଆଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ସାମ୍ବାଦିକ ବନ୍ଧୁମାନେ ଆୟୋଜନ କରିଛନ୍ତି । କାଉନସିଲର ସେକ ସଇଦ୍,କାଉନସିଲର ସ୍ୱାଗତିକା ନାୟକ,କାଉନସିଲରଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଦାସ,କମିଟିର ସଂପାଦକ ଆଶିଷ ଅମିତାଭ ମହାପାତ୍ର ,କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋିଇତି ,କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ବେହେରା , ଆବାହକ ଅବିନାଶ ପଣ୍ଡା,ସୁବ୍ରତ ଦୀକ୍ଷିତ,ଶୁଭଦୀପ ମଲ୍ଲିକ, ଶଙ୍କର୍ଷଣ ରାଓ, ଶାନ୍ତନୁ ଦଳେଇ ପ୍ରମୁଖ ଉପସ୍ଥିିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିକ୍ଷୟିତ୍ରୀ ମନୋରମା ରାୟ, ସଦସ୍ୟା ତେଜସ୍ୱନୀ ଦାସ,ସସ୍ମିତା ବଳ ପ୍ରମୁଖ ମଂଚ ପରିଚାଳନା କରିଥିଲେ । ମେଲୋଡି କୁଇନ୍ ଅସିମା ପଣ୍ଡାର ନୃତ୍ୟରେ ଦର୍ଶକମାନେ ବିଭୋର ହୋଇ ନୃତ୍ୟ ପ୍ରଦର୍ଶନ କରିଥିଲେ ।ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଦର୍ଶକ ଙ୍କର ସମାଗମ ହୋଇଥିଲା ।