Odiapua.com

ଭଦ୍ରକ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଏମ.ଏମ ଡ୍ୟାନ୍ସ ଗ୍ରୁପ କଳାକାର ମାନଙ୍କ ନୃତ୍ୟରେ ଦର୍ଶକ ବିଭୋର,ଭରପୁର ଦର୍ଶକ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭାଇଚାରାର ସହର ଭାବେ ଜଣାଶୁଣା । କେବଳ ଓଡ଼ିଶାରେ ନୁହେଁ ଦେଶରେ ମଧ୍ୟ ଅନନ୍ୟ ପରିଚୟ ସୃଷ୍ଟି କରିଛି ଭଦ୍ରକ ସହର । ଜାତୀୟ ସ୍ୱାଧିନତା ସଂଗ୍ରାମ, ଓଡ଼ିଶା ତଥା ଭାରତର ରାଜନୀତି, ସାହିତ୍ୟ, ସଂସ୍କୃତି, ନାଟକ, କଳା, ବାଣିଜ୍ୟ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ ଅଟେ ।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଡ.ହରେକୃଷ୍ମ ମହତାବଙ୍କ ପରି ଭଦ୍ରକର ବହୁ ସାରସ୍ୱତ ସାଧକମାନଙ୍କ ପରିଚୟ ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିଛି ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ସହର ଗାନ୍ଧିପଡିଆ ଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ସଂଜୀବ ହିରୋ ଦ୍ୱାରା ପ୍ରାୟୋଜିତ ଭଦ୍ରକ ସାଂସ୍କୃତିକ ମହୋତ୍ସବ ର ସଭାପତି ରବିନାରାୟଣ ଖିଲାରଙ୍କ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥ ଭାବେ ଆସିଷ୍ଟାଂଟ କଲେକ୍ଟର ସୁଧାଂଶୁ ମୋହନ ସ୍ୱାଇଁ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ ସ୍ୱାଗତ ଭାଷଣ ,କଣ୍ଠଶିଳ୍ପୀ ଶଶିକଳା ମିଶ,ଶୁଭ୍ରସ୍ମିତା ରାଉତ,ସୀତାକାନ୍ତ ପାଢୀ ,ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତି ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବେଦପାଠ କରିଥିଲେ ଶିକ୍ଷୟତ୍ରୀ ମନୋରମା ରାୟ ଓ ଧନ୍ୟବାଦ ଅର୍ପଣ କରଥିôଲେ କମିଟିର ସଂପାଦକ ଆଶିଷ ଅମିତାଭ ମହାପାତ୍ର । କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋିଇତି ,ସଦସ୍ୟ ତେଜସ୍ୱନୀ ଦାସ,ସସ୍ମିତା ବଳ ,ଆବାହକ ଅବିନାଶ ପଣ୍ଡା,ଶୁଭଦୀପ ମଲ୍ଲିକ, ଶଙ୍କର୍ଷଣ ରାଓ, ଶାନ୍ତନୁ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ ଏମ.ଏମ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ଦେବସ୍ମିତା ହୋତା ଙ୍କ ନେତୃତ୍ୱରେ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରବେଷଣ କରାଯାଇଥିଲା ।