ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହର ସମେତ ପୁରୁଣା ବଜାର ଥାନା ଅଂଚଳରେ ଦିନକୁ ଦିନ ଅବ୍ୟବସ୍ଥିତ ଭାବେ ବଢ଼ୁଥିବା କୁକୁଡ଼ା ଦୋକାନ ଏବେ ସାଧାରଣ ଲୋକଙ୍କ ପାଇଁ ଭୟଙ୍କର ସମସ୍ୟାର କାରଣ ହୋଇପଡ଼ିଛି। ରାସ୍ତା କଡ଼ରେ ସର୍ବସାଧାରଣ ସ୍ଥାନରେ କୁକୁଡ଼ା କାଟାଯାଉଥିବାରୁ ଅଂଚଳରେ ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଦୋକାନୀ, ପଥଚାରୀ, ସ୍ଥାନୀୟ ବାସିନ୍ଦା ଓ ଛୋଟ ଛୋଟ ଶିଶୁମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଉପରେ ଖୋଲାମେଲା ଭାବେ କୁକୁଡ଼ା କାଟାଯାଉଥିବା ବେଳେ, ତାହାର ବର୍ଜ୍ୟବସ୍ତୁ ଓ ରକ୍ତ ଡ୍ରେନ ଓ ରାସ୍ତାରେ ପଡ଼ି ରହୁଛି। ଫଳରେ ପରିବେଶ ଦୂଷିତ ହେବା ସହ ମାଛି, ମଶା ଓ ଅନ୍ୟାନ୍ୟ କୀଟପତଙ୍ଗର ଉତ୍ପାତ ବଢ଼ିବାରେ ଲାଗିଛି। ଏହି ପରିସ୍ଥିତି ଆଗାମୀ ଦିନରେ ଜନସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ଆଣିପାରେ ବୋଲି ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏନେଇ ବାରମ୍ବାର ମୁନିସିପାଲଟି ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସଠିକ ପଦକ୍ଷେପ ନିଆଯାଇନାହିଁ। ଅଧିକାରୀମାନଙ୍କ ନୀରବତା ଓ ଅବହେଳାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭାରୀ ଅସନ୍ତୋଷ ଦେଖାଦେଇଛି। ପ୍ରଶ୍ନ ଉଠୁଛି ସହରର ମଧ୍ୟଭାଗରେ ଏଭଳି ଅସ୍ୱଚ୍ଛ ପରିବେଶରେ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ସତ୍ୱେ କାହିଁକି ପ୍ରଶାସନ ଚୁପ୍। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ହେଉଥିବା ବେଳେ କାହା ସ୍ୱାର୍ଥରେ ଏହାକୁ ଅଣଦେଖା କରାଯାଉଛି। ସ୍ଥାନୀୟ ଜନସାଧାରଣଙ୍କ ଦାବି ହେଉଛି ଯେ, ତୁରନ୍ତ ଏହି ଅଂଚଳରେ ଅବୈଧ ଭାବେ ଚାଲୁଥିବା କୁକୁଡ଼ା କଟା କାର୍ଯ୍ୟ ଉପରେ ନଜରଦାରୀ କରାଯାଇ ସ୍ୱଚ୍ଛତା ନିୟମ ଅନୁସରଣ କରାଯାଉ। ନହେଲେ ଆଗାମୀ ଦିନରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଭଦ୍ରକ ମ୍ୟୁନସିପାଲଟି, ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ଗୁରୁତର ସମସ୍ୟା ଉପରେ କେବେ ଦୃଷ୍ଟି ଦେଉଛନ୍ତି ଏବଂ ସାଧାରଣ ଲୋକଙ୍କୁ ଦୁର୍ଗନ୍ଧ ଓ ଅସ୍ୱଚ୍ଛ ପରିବେଶରୁ କେବେ ମୁକ୍ତି ମିଳୁଛି।
ଭଦ୍ରକ ସହର ସମେତ ପୁରୁଣାବଜାରର ରାସ୍ତାକଡ଼ରେ କୁକୁଡ଼ା କଟା, ଦୁର୍ଗନ୍ଧରେ ଅତିଷ୍ଠ ଜନସାଧାରଣ, ମ୍ୟୁନସିପାଲଟି ଓ ପ୍ରଶାସନର ନୀରବତାକୁ ନେଇ ବଢ଼ୁଛି ଅସନ୍ତୋଷ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????