Odiapua.com

ଭଦ୍ରକ ସହର ଉଚ୍ଛେଦକୁ ୩ ମାସ ବିତିଲା, ସହର ସୌନ୍ଦର୍ଯ୍ୟ କରଣକୁ ବଜେଟ ନାହିଁ, କାଗଜ ପତ୍ରରେ ଥଇଥାନ ଯୋଜନା

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପିର ମୋହନ ସରକାର ସରକାରୀ ଜମି ରୁ ଜବର ଦଖଲ ଉଛେଦ କରିବାକୁ ଯାଇ ଭଦ୍ରକ ସହରରେ ଦୀର୍ଘ ବର୍ଷରୁ ଗଢିଉଠିଥିବା ବେଆଇନ ଦୋକାନ ବଜାର, ବଡ଼ବଡ଼ କୋଠାବାଡି ଭାଙ୍ଗି ମାଟିରେ ମିଶାଇ ଦେଲେ।ତେବେ ଏହି ଘଟଣାକୁ ଇତିମଧ୍ୟରେ ୩ ମାସ ବିତିଥିଲେ ବି ଉଚ୍ଛେଦ ବ୍ୟବସାୟୀ ଙ୍କୁ ଥଇଥାନ କରିବା ଦୁରର କଥା, ଧ୍ୱଂସ ବିଧ୍ୱସ୍ତ ସହର ର ନୂଆ ରୂପ ଦେବାର ନା ଧରୁନି ଜିଲ୍ଲା ପ୍ରଶାସନ । ଜବର ଦଖଲ ଉଛେଦ ପରେ ରାସ୍ତା ପାର୍ଶ୍ୱ ରେ ପଡିରହିଛି ଭଗ୍ନ କୋଠାବାଡ଼ି ର କୁଢ଼କୁଢ଼ ଭଗ୍ନାବଶେଷ । ତେଣେ ରାସ୍ତାପାର୍ଶ୍ୱ ରୁ ଭଗ୍ନାବଶେଷ ଉଠିନଥିବା ବେଳେ ରାସ୍ତା ପାର୍ଶ୍ୱ ଜମି ମାଲିକ ମାନେ ରାତା ରାତି ଦୋକାନ ଘର ତୋଳି ଭଡା ଲଗାଇ ମାଲାମାଲ ହୋଇଛନ୍ତି । ମନଇଚ୍ଛା ସିକୁରିଟି ଏବଂ ମନଇଚ୍ଛା ଘରଭଡା ଇଛେଦ ବ୍ୟବସାୟୀ ଙ୍କ ପାଇଁ ଆଉ ଏକ ଦୁର୍ଦଶା ର କାରଣ ହୋଇଛି । ତେଣେ ଜବର ଦଖଲ ଉଛେଦ କରି ହାତବାନ୍ଧି ବସିଛି ପ୍ରଶାସନ । ନୂଆ ମାର୍କେଟ କମ୍ପେ୍ଲକ୍ସ କରିବାକୁ ପ୍ରଶାସନ ହାତରେ ଜମି ନାହିଁକି ଅର୍ଥ ନାହିଁ । କେବଳ ସେତିକି ନୁହେଁ ରାସ୍ତା ପାର୍ଶ୍ୱରୁ ଜବର ଦଖଲ ଉଛେଦ ପରେ ରାସ୍ତାଘାଟ ନିର୍ମାଣ ଏବଂ ସହର ସୌନ୍ଦର୍ଯ୍ୟ କରଣ ପାଇଁ ମଧ୍ୟ ପ୍ରଶାସନ ନିକଟରେ କୌଣସି ଯୋଜନା ମଧ୍ୟ ନାହିଁ । କୁହାଯାଇଛି ସହର ରେ ଜବର ଦଖଲ ଉଛେଦ ର ପ୍ରାୟ ୩ ମାସ ବିତିବାକୁ ବସିଥିଲେ ମଧ୍ୟ ସହର ସୌନ୍ଦର୍ଯ୍ୟ କରଣ ନେଇ ଏଯାଏ ସରକାରୀ ଭାବେ କୌଣସି ଯୋଜନା କୁ ମଞ୍ଜୁରୀ ମିଳିନାହିଁ । ଫଳରେ ସରକାର ବଦଳିବା ସହିତ ଧ୍ୱଂସ ବିଧ୍ୱସ୍ତ ହୋଇ ପଡି ରହିଛି ଭଦ୍ରକ ସହର । ଭଦ୍ରକ ସହରରେ ଜବର ଦଖଲ ଉଛେଦ ଯୋଗୁ ସରକାରୀ ଭାବେ ମାତ୍ର ୩୨୨ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଥିଲେ ମଧ୍ୟ ସେତକ ବ୍ୟବସାୟୀ ଙ୍କୁ ମଧ୍ୟ ଥଇଥାନ କରିବାକୁ ସମର୍ଥହୋଇନି ପ୍ରଶାସନ । ଅନ୍ୟପକ୍ଷରେ ସହର ରୁ ଜବର ଦଖଲ ଉଛେଦ ଯୋଗୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି । ସ୍ଥାୟୀ ବ୍ୟବସାୟୀଙ୍କୁ ଜୀବିକାଚ୍ୟୁତ କରି ସହର ରେ ଟ୍ରାଫିକ ଜାମର କାରଣ ସାବ୍ୟସ୍ତ ହୋଇ ଆସୁଥିବା ଅସ୍ଥାୟୀ ଠେଲା ଏବଂ ଉଠା ଦୋକାନୀ ଙ୍କୁ ସହର ରେ ମୁକ୍ତ ବ୍ୟବସାୟ କରିବାକୁ ଛାଡି ଦେଇଛନ୍ତି ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାର ସର୍ବୋପରି ସରକାର ଙ୍କ ଏହି ନିଷ୍ପତି କୁ କାର୍ଯ୍ୟକାରୀ କରିଥିବା ଜିଲ୍ଲାପ୍ରଶାସନ ର ଏଭଳି ଅପରିଣାମଦର୍ଶୀ ନିଷ୍ପତି କୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଦୋକାନ ଘର ଏବଂ ଜୀବିକା ହରାଇ ବହୁ ବ୍ୟବସାୟୀ ଭୋକ ଉପାସରେ ଦିନ କାଟୁଥିବା ବେଳେ ଅର୍ଥାଭବରୁ ଅନେକଙ୍କ ପିଲାଙ୍କ ପାଠପଢା ମଧ୍ୟ ବନ୍ଦ ହୋଇଯାଇଥିବା ଜଣାପଡିଛି । ଗୋଟିଏ ପଟରେ ସରକାର ସୁଭଦ୍ରା ଟଙ୍କା ବଂଟନ କରି ଲୋକପ୍ରିୟତା ସାଉଁଟିବାରେ ଲାଗିଥିବା ବେଳେ ଅନ୍ୟପଟରେ ସରକାରୀ ଜମି ରୁ ଜବର ଦଖଲ ଉଛେଦ ଆଳରେ ହଜାର ହଜାର ଲୋକଙ୍କୁ ଜୀବିକାଚ୍ୟୁତ କରି କେବଳ କାଗଜପତ୍ରରେ ଥଇଥାନ ନୀତି ଆପଣେଇବା ସେମାନଙ୍କ କଟା ଘା ରେ ଚୂନ ଦେବ ସଦୃଶ୍ୟ ହୋଇଛି।