Odiapua.com

ଭଦ୍ରକ ସହରର ଟ୍ରାଫିକ ସମସ୍ୟାକୁ ନେଇ ଏସପିଙ୍କୁ ଭେଟିଲା ଯୁବକଂଗ୍ରେସ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମୌଳିକ ସମସ୍ୟା ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେତେକ ଦାବି ନେଇ ଆଜଇ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସପି ଚରଣସିଂ ମୀନାଙ୍କୁ ଭେଟି ଆଲୋଚନା କରିଛନ୍ତି। ଭଦ୍ରକ ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କାରଣରୁ ବାରମ୍ବାର ସହର ମଧ୍ୟରେ ଦୁର୍ଘଟଣା ଘଟୁଛି। କେତେବେଳେ ବାଇକ ଚାଳକଙ୍କୁ ଜୀବନ ଯାଉଛି ତ ଅଧିକରୁ ଅଧିକ ଆହତ ହୋଇ ମେଡିକାଲରେ ପଡ଼ୁଛନ୍ତି। ଏହି ମୌଳିକ ସମସ୍ୟାକୁ ହୃଦୟଙ୍ଗମ କରି ଯୁବକଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ଶ୍ରୀ ମହାପାତ୍ର ୫ ଦଫା ଦବି ନେଇ ଏସପିଙ୍କ ସହ ଆଲେଚନା କରିଥିଲେ। ଭଦ୍ରକ ବନ୍ତଛକ ବସ୍‌ଷ୍ଟାଣ୍ଡରେ ଥିବା ଟ୍ରାଫିକ ଆଉଟପୋଷ୍ଟକୁ ସଚଳ କରାଯିବା ସହିତ ନିୟମିତ ଟ୍ରାଫିକ ଇନିସ୍ପେକ୍ଟର ଅଫିସରେ ଉପସ୍ଥିତ ରହି କାର୍ଯ୍ୟ କରିବା, ଚାନ୍ଦବାଲି ବାଇପାସ୍ ଛକଠାରେ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯିବା, ଟ୍ରାଫିକ ଛକ ମାନଙ୍କରେ ଗାଡିର ରହଣି ପାଇଁ ହ୍ୱାଇଟ ମାର୍କ କରାଯିବା, ସମସ୍ତ ଟ୍ରାଫିକ ଛକରେ ବୈଦ୍ୟୁତିକ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା ଚାଲୁ କରିବା, ଶନିମନ୍ଦିର ଛକରୁ ପୁରୁଣାବଜାରକୁ ଯାଇଥିବା ଟ୍ରାଫିକ ଛକରେ ସବୁ ସମୟରେ ଲୋକେ ରଙ୍ଗ୍‌ରୁଟ୍‌ରେ ଟର୍ଣ୍ଣ କରୁଥିବାରୁ ଦୁର୍ଘଟଣା ଘଟୁଛି, ସେଠାରେ ଜଣେ ଟ୍ରାଫିକ କନଷ୍ଟେବଳକୁ ମୁତୟନ କରାଯିବା ସହିତ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବାକୁ ଶ୍ରୀ ମହାପାତ୍ର ଦାବି କରିଥିଲେ। ଏସପି ମୀନା ସମସ୍ତ ଦାବିକୁ ଗୁରୁତ୍ୱ ଦେବା ସହିତ ୧୦ ଦିନ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏସପିଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଅନ୍ୟମାନଙ୍କ ସହ ସତ୍ୟ ପୁହାଣ, ଇଲିଆଜ ଖାଁ, ଟୋନି ଅଲି, ନଫିସ୍ ଖାଁ, ସନ୍ତୋଷ ଖୁଣ୍ଟିଆ ସାମିଲ ହୋଇଥିଲେ।