Odiapua.com

ଭଦ୍ରକ ସହରରେ ସ୍ୱାସ୍ଥ୍ୟ ବିଭାଗର ହୋଟେଲ ଓ ରେଷ୍ଟୁରାଂଟ ଉପରେ ଚଢ଼ାଉ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆପଣ ଖାଉଥିବା ଖାଦ୍ୟ ପ୍ରକୃତରେ ସୁରକ୍ଷିତ ତ। ଏହି ପ୍ରଶ୍ନର ବଡ଼ ଉତର ରଖିଛି ଭଦ୍ରକ ପ୍ରଶାସନର କଠିନ ପଦକ୍ଷେପ। ସ୍ୱାସ୍ଥ୍ୟ ବିଭାଗ, ପୌରପାଳିକା ଏବଂ ଟାଉନ ପୋଲିସର ମିଳିତ ସହଯୋଗରେ ଆଜି ଭଦ୍ରକ ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଂଟ ଏବଂ ମିଠା ଦୋକାନଗୁଡ଼ିକରେ ଏକ ଏକଜୁଟ୍ ଚଢ଼ାଉ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଏହି କାର୍ଷ୍ୟାନୁଷ୍ଠାନ ସହରରେ ବେଶ୍ ଚାଂଚଲ୍ୟ ସୃଷ୍ଟି କରିଛି।ନିୟମ ଉଲ୍ଲଂଘନ ଏବଂ ଅପରିଷ୍କାର ପରିବେଶରେ ରୋଷେଇ କରୁଥିବା ୧୦ଟି ହୋଟେଲକୁ ମୋଟା ଅଙ୍କର ଫାଇନ୍ କରାଯାଇଛି।ଗ୍ରାହକଙ୍କୁ ପରଷିବା ପାଇଁ ରଖାଯାଇଥିବା ବାସି ଖାଦ୍ୟ ଜବତ ହେବା ସହ କିଛି ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସାଧାରଣ ଲୋକଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସହ ଏଭଳି ଖେଳ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ପ୍ରଶାସନର ଏହି କଡ଼ା କାର୍ଷ୍ୟାନୁଷ୍ଠାନ ଆଗକୁ ଅନ୍ୟ ବ୍ୟବସାୟୀମାନଙ୍କ ପାଇଁ ଏକ କଡ଼ା ଚେତାବନୀ ସାଜିବ।ଭଦ୍ରକ ସହରରେ ଅପମିଶ୍ରିତ ଖାଦ୍ୟ କୁ ନେଇ ଖାଦ୍ୟ ନିରାପତା ବିଭାଗର ଚଢ଼ାଉ। ଏହି ଟିମ ପ୍ରଥମେ ନୂଆ ବଜାର, ବାଇପାସ, ଚରମ୍ପା ଷ୍ଟେସନ ବଜାର ଓ ମୋଟେଲ ଛକ ଠାରେ ମିଠା ନିର୍ମାଣ କରାଯାଉଥିବା ସ୍ଥାନରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଅନେକ ଦୋକାନରେ ବାସୀ ଖାଦ୍ୟ, ବିଭିନ୍ନ କ୍ଷତିକାରକ ମିଶ୍ରିତ ରଙ୍ଗ, ବାସୀ ମିଠାକୁ ନଷ୍ଟ କରାଯିବା ସହ ଅପରିଷ୍କାର ସ୍ଥାନରେ ଏ ଗୁଡିକ ପ୍ରସ୍ତୁତ ହେଉଥିବା ନେଇ ଏହି ଟିମ ଚଢ଼ାଉ ବେଳେ ଜାଣିବାକୁ ପାଇଥିଲା।ଏହି ଏନ୍େଫାର୍ସମେଂଟ ଟିମ ଦୋକାନୀ ମାନଙ୍କୁ ତାଗିଦ କରିବା ସହ ମୋଟା ଅଙ୍କର ଫାଇନ ଲଗାଇଛନ୍ତି।ଆଜି ୧୦ ଟିରୁ ଉର୍ଦ୍ଧ ଦୋକାନ ମାନଙ୍କରେ ଚଢ଼ାଉ କରାଯିବା ସହ ପାଖାପଖି ୮ ରୁ ୧୦ ହଜାର ଲେଖାଏଁ ଟଙ୍କା ଫାଇନ କରାଯାଇଛି ।ଏହି ଚଢ଼ାଉ ଜାରି ରହିବ। ସମସ୍ତ ଦୋକାନୀ ମାନେ ଗ୍ରାହକ ମାନଙ୍କୁ ଭଲ ଖାଦ୍ୟ ଜିନିଷ ଦେବା ସହ ପରିଷ୍କାର ଓ ପରିଛନ୍ନ ରଖିବା ପାଇଁ କହିଛନ୍ତି ଖାଦ୍ୟ ନିରାପତା ଅଧିକାରୀ।ସେହିପରି ଦୋକାନୀ ମାନେ ମଧ୍ୟ ଏହି ଚଢ଼ାଉ କୁ ନେଇ ସେମାନଙ୍କର ଭୁଲ ଥିବା ନେଇ ସ୍ୱୀକାର କରିବା ସହ ଆଗାମୀ ଦିନରେ ଏହାକୁ ସଂଶୋଧନ କରିବା ସହ ପରିଷ୍କାର ଓ ପରିଛନ୍ନ ରଖିବା ପାଇଁ କହିଛନ୍ତି।ଏହି ଚଢ଼ାଉକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏହାକୁ ସ୍ୱାଗତ କରିବା ସହ ସରକାରଙ୍କର ଏହା ଏକ ଉତମ ପଦକ୍ଷେପ ବୋଲି କହିଛନ୍ତି।