Odiapua.com

ଭଦ୍ରକ ସହରରେ ବ୍ୟବସାୟୀଙ୍କୁ ଉଚ୍ଛେଦ ପ୍ରତିବାଦରେ ବିକ୍ଷୋଭ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧ ତାରିଖରୁ ଭଦ୍ରକ ସହରରେ ବ୍ୟବସାୟୀଙ୍କୁ ଉଚ୍ଛେଦ ପ୍ରତିବାଦରେ ଆଜି ଉଠାଦୋକାନୀ ମହାସଂଘ ଓ ବ୍ୟବସାୟୀ ମହାସଂଘ ପକ୍ଷରୁ ସେକ୍ ମମତାଜ, ସେକ୍ ବସିର, ଟୁଟୁ ସାହୁ, ସେକ୍ କମର, ରାଜା ସେଠୀ, ଅମର ପ୍ରସାଦ ପଣ୍ଡା, ରମାକାନ୍ତ ସେଠୀ, ମଂଟୁ ସାହୁ, ସୁରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ପଟୁଆରା ଡାକବଙ୍ଗଳା ନିକଟରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରମିକନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଚନ୍ଦ୍ରଶେଖର ନାୟକ, ଗିରିଧାରୀ ନାଥ, ସେକ୍ କମର, ସେକ୍ ବସିର, ଗୁରୁ ମହାପାତ୍ର, ସେକ୍ ସତରୁଦ୍ଦିନ୍‌, କାଳନ୍ଦୀ ପାତ୍ର ପ୍ରମୁଖ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଉପରେ କଡା ସମାଲୋଚନା କରିଥିଲେ । ଏବଂ ପୌରପାଳିକା ଦୋକାନ ଗୃହ ନିର୍ମାଣ କରି ଏଗ୍ରିମେଂଟ କରି ଭଡା ଲଗାଇଥିଲେ ମଧ୍ୟ ତାହାକୁ ଭାଙ୍ଗିଦିଆଯାଇଛି । ଭେଣ୍ଡିଂ ଜୋନ୍ କରି ସେମାନଙ୍କୁ ଥଇଥାନ କରିବା ପୂର୍ବରୁ ଉଚ୍ଛେଦ କରିବାକୁ ନୋଟିସ୍ କରିବାରୁ ମାନ୍ୟବର ହାଇକୋର୍ଟରେ କେଶ୍ କରି ଷ୍ଟେ ଅର୍ଡର ପାଇଥିଲେ ମଧ୍ୟ ଏହାକୁ ଉଚ୍ଛେଦ କରିବା ଫଳରେ ସେମାନେ ଆଜି ଭୋକ ଓପାସରେ ଦିନ କାଟୁଛନ୍ତି ବୋଲି କହିଥିଲେ । ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ପ୍ରଥମେ ସରକାରୀ ଅଦୁଦାନ ଦେବାର ବ୍ୟବସ୍ଥା କରାଯାଇ ପରବର୍ତୀ ସମୟରେ ସେମାନଙ୍କୁ ଭେଣ୍ଡିଂ ଜୋନ୍ ନିର୍ମାଣ କରି ତାଙ୍କୁ ଥଇଥାନ କରିବାକୁ ଦାବି କରିଥିଲେ । ଏହାପରେ ଏକ ପ୍ରତିନିଧି ଦଳ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଂଟୁପାଲି ଓ ଉପଜିଲାପାଳ ମନୋଜ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ଜିଲାପାଳ ଶ୍ରୀ ବୋନ୍ଦର ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ସେ ବିଷୟରେ ବିଧିବଦ୍ଧ ତଦନ୍ତ କରି ଲିଷ୍ଟ ତିଆରି କରାଯାଇ ଭେଣ୍ଡିଂ ଜୋନ୍ ମାଧ୍ୟମରେ ସେମାନଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ ।