Odiapua.com

ଭଦ୍ରକ ସହରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କଲେ ବିଧାୟକ ସଂଜୀବ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରରେ ବୃକ୍ଷରୋପଣ କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଅପର୍ତ୍ତିବିନ୍ଧା ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ଡିଭାଇଡ ମଧ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ ଉଦ୍‌ଘାଟନ କରି ବୃକ୍ଷ ହିଁ ମଣିଷର ଏଭଳି ଏକମାତ୍ର ବନ୍ଧୁ ଯିଏ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇ ଏ ମନୁଷ୍ୟ ସମାଜକୁ ରୁଦ୍ଦିମନ୍ତ କରିବାରେ ସହାୟକ ହୋଇଥାଏ ବୋଲି ସୂଚାଇ କରୋନା ଜନିତ ମହାମାରୀ ସମୟରେ ଅକ୍ସିଜେନ୍‌ର ଅଭାବ ଦୂରୀକରଣ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷଟିଏ ଲଗାଇବା ଦିଗରେ ଯତ୍ନଶୀଳ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଅପର୍ତ୍ତିବିନ୍ଧା ୧୩ ନଂ ୱାର୍ଡର ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ, ସୁକାନ୍ତ ମହାନ୍ତି, ନିଶିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।