Odiapua.com

ଭଦ୍ରକ ସହରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଖାଦ୍ୟ ବଣ୍ଟନ

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମେଡିକାଲ, ଷ୍ଟେସନ ଓ ସହରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଆଜିଠାରୁ ଏକମାସ ଧରି ଅସହାୟ ଓ ଗରିବଙ୍କ ପାଇଁ ନିଶୁଳ୍କ ଭୋଜନ ସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟତଃ ଭଦ୍ରକ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ଏହି ତାଲାବନ୍ଦ ସମୟରେ ବଜାର ବନ୍ଦ ପାଇଁ ଖାଦ୍ୟ ଖାଇବାରେ ବଂଚିତ ହେଉଥିଲେ । ଏବଂ ଖାଇବା ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା । ଏହାକୁ ନେଇ ଭଦ୍ରକ ମିଡିଆ କ୍ଲବ୍ ପକ୍ଷରୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଏପରି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଆଜି ଏହି ଖାଦ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏକାସାଙ୍ଗରେ ଚରମ୍ପା ଷ୍ଟେସନ, ବନ୍ତଛକ ଓ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ ଆଜି ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଏଥିରେ ସାମ୍ବାଦିକଭାିମାନେ ମଧ୍ୟ ସହଯୋଗ କରିଥିଲେ । ଏହି ତାଲାବନ୍ଦକୁ ଦୃଷ୍ଟିରେ ରଖି ଦୀର୍ଘ ଏକମାସ ଧରି ସକାଳେ ଓ ରାତ୍ରି ସମୟରେ ଏହି ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବିଧାୟକ କହିଛନ୍ତି । ଭଦ୍ରକ ମେଡିକାଲ ଭିତରେ ରୋଗୀମାନଙ୍କ ସଂପର୍କୀୟ ଓ ଗରିବ ଲୋକମାନେ ଚିକିତ୍ସିତ ସମୟରେ ଏହାର ସୁବିଧା ପାଇପାରିବେ । ବିଧାୟକଙ୍କ ଏପରି କାର୍ଯ୍ୟକୁ ଭଦ୍ରକ ମିଡିଆ କ୍ଲବ୍ ପକ୍ଷରୁ ସ୍ୱାଗତ କରାଯିବା ସହିତ କୃତଜ୍ଞତା ଜଣାଯାଇଛି ।