Odiapua.com

ଭଦ୍ରକ ସହରରେ ଉଚ୍ଛେଦ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍ କରି ଥଇଥାନ ଦାବି, କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ଶୋଭାଯାତ୍ରା-ବିକ୍ଷୋଭ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜକୁ ପ୍ରାୟ ତିନିମାସ ମଧ୍ୟରେ ମୋହନ ସରକାର୍ ଆମ ସହର ଉପକଣ୍ଠ ରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଆଣି, ପୌର ପରିଷଦ ପକ୍ଷରୁ ବ୍ୟବସାୟ ଆରମ୍ଭ କରିବାକୁ ଦୋକାନ ଗୃହ ଏଗ୍ରିମେଂଟ ଅନୁସାରେ ଦେଇଥିଲେ ବେପାରୀ ମାନଙ୍କୁ। ଦିର୍ଘ୍ ଦିନ ଧରି ସହର ଉପକଣ୍ଠ ରେ ବିଭିନ୍ନ ବ୍ୟବସାୟ ଆରମ୍ଭ କରି ନିଜ ପିଲା ପରିବାର କୁ ଚଳାଉଥିବା ରାସ୍ତା ପାର୍ଶ୍ୱ ଦୋକାନୀ ଓ ଛୋଟ ବ୍ୟବସାୟ ଆରମ୍ଭ କରି ଚଳୁଥିବା ଲୋକମାନେ ନିଜ ଦାନାପାଣି ହରାଇଛନ୍ତି ପ୍ରାୟ ତିନିମାସ ହୋଇଗଲା। ସେମାନଙ୍କୁ ଆର୍ôଥକ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିଲା ନାହିଁ ଓ ଥଇଥାନ କରିବା ପାଇଁ କୌଣସି ବ୍ୟବସ୍ଥା ନ କରି ବା ରୁ ତାର ପ୍ରତିବାଦ କରି ଏକ ପଟୁଆର ଡାକ ବଙ୍ଗଳା ନିକଟରୁ ସିଟୁ ନେତା ଦିବ୍ୟ ସିଂହ ନାୟକ, ରଧା ଦାସ, ପ୍ରଫୁଲ୍ଲ ପାଢ଼ୀ, ମିନାଜ ଖାଁ , କମର ଚନ୍ଦ୍ର ଶେଖର ନାୟକ, ହେମନ୍ତ ବେହେରା, ସେକ୍ ମୁଂଟାଜ୍‌, ବସିର ଖାଁ, ସେ କ କମାର ଙ୍କ ନେତ୍ର୍‌ତ୍ୟରେ ସହର ପରିକ୍ରମା କରିବା ପରେ ଜିଲ୍ଳା ପ୍ରଶାସନ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଦିବ୍ୟ ସିଂହ ନାୟକ ସଭାପତିତ୍ୟ ରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ଥିଲା ସେଥିରେ ବକ୍ତବ୍ୟ ରଖିଥିଲେ ସାଥୀ ପ୍ରଫୁଲ୍ଲ ପାଢ଼ୀ, ବସିର୍ ଖାଁ ଓ ରାଧା ଦାସ ଓ ସେ କ କମାର, ସେମାନେ ଡବଲ ଇଞ୍ଜିନ ସରକାର୍ ବିରୋଧର ସ୍ୱର ଉତୋଳନ କରି ଥିଲେ ଯେ ପୌରପାଳିକା ଓ ଜିଲ୍ଲା ପ୍ରଶାସନର ବେଆଇନ ଭାବେ ଭଙ୍ଗା ଯାଇଥିବା ଦୋକାନୀ ମାନେ ଜୀବିକା ଉପାର୍ଜନ ରେ ବିରାଟ କ୍ଷତି ଦେଖା ଯାଉଛି। ବିଶେଷ କରି ରାସ୍ତା ପାର୍ଶ୍ୱ ଦୋକାନୀ ମାନେ ଜୀବିକା ବିପନ୍ନ ହୋଇପଡିଛି। ସେମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିଲା ଜିଲ୍ଲା ପାଳଙ୍କ ନିକଟରୁ ହେଲେ ଆଜିଯାଏଁ ପଇସାଟିଏ ପାଇନଥିବା ପ୍ରତିବାଦ କରିବା ସହ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ସେମାନଙ୍କୁ ଥଇଥାନ କରିବା ପାଇଁ ଦୃଢ ଦାବିକରି ଏକ ଦାବିପତ୍ର ପ୍ରଦାନ କରିଥଲେ । ପ୍ରାୟ ୪୫ମିନିଟ ଧରି ଆଲୋଚନା କରିଥଲେ ଜିଲ୍ଲା ପାଲ ଓ ଏଡ୍ ଡି ଏମ୍ ଙ୍କ ସହ। ଜିଲ୍ଲାପାଳଙ୍କୁବି ନୂଆ ବସ ଷ୍ଟାଣ୍ଡ ଚାଲୁ କରିବା, ମୋଟେଲ ଛକ ରୁ ଆରଡ଼ି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ହଟାଇବା, ଜଳ ନିଷ୍କାସନ ବ୍ୟବସ୍ଥା କରିବା ଓ ସରକାରୀ ଜମି ଜବରଦଖଲ କରି ଥିବା ବଡ ବଡ ଲୋକଂକ ଙ୍କୁ ଉଚ୍ଛେଦ କରିବା ପାଇଁ ଆଲୋଚନା ହୋଇଥିଲା। ଜିଲ୍ଲାର ସଦର ମହକୁମାରେ ଗମନଗମନ୍ ପାଇଁ ଏନ୍ ଏଚ କତୃ ପକ୍ଷ ଙ୍କ ସହ ଓ ଡ୍ରେନ ଏଜ୍ ଡିଭିଜନ ସହ ଆଲୋଚନା କରିଥିଲେ ଓ କାଳିପୂଜା ପରେ ପରେ ଭେଣ୍ଡି ଇଂ ଜୋନ କାର୍ଯ୍ୟ ଆରମ୍ଭ କରି ବା ସହ ରାସ୍ତା ପାର୍ଶ୍ୱ ଦୋକାନୀ ମାନଙ୍କୁ ତୁରନ୍ତ ଆର୍ôଥକ ଅନୁଦାନ ରେଡ କ୍ରସ୍ ରୁ ଦେବାପାଇଁ ପ୍ରତିଶ୍ରୁତି ଦେଇ ଥିଲେ।