Odiapua.com

ଭଦ୍ରକ ସର୍ବୋଦୟ ମଣ୍ଡଳ ପକ୍ଷରୁ ୩ ମହାନ୍ ବ୍ୟକ୍ତିଙ୍କ ଜୟନ୍ତୀ ପାଳନ ଓ ଆଲୋଚନା ଚକ୍ର

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନ ସ୍ୱାଧୀନତା ସଂଗ୍ରାମୀ,କ୍ରାନ୍ତିକାରୀ,ସାମ୍ୟବାଦୀ , ଗାନ୍ଧିବାଦୀ ସର୍ବୋଦୟ,ସମାଜବାଦୀ ନେତା ତଥା ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୨ତମ ଜୟନ୍ତୀ, ସମାଜ ସଂସ୍କାରକ, ସର୍ବୋଦୟ ଗାନ୍ଧିବାଦୀ ନେତା ତଥା ଅହିଂସାର ପୂଜାରୀ ସ୍ୱର୍ଗତ ମନ ମୋହନ ଚୌଧୁରୀ ଙ୍କ ୧୦୯ତମ ଜୟନ୍ତୀ ତଥା ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଦେଶପ୍ରେମୀ ବାଜି ରାଉତ ଙ୍କ ୮୬ ତମ ବଳିଦାନ ଦିବସ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସଭାପତି ତଥା ସମାଜସେବୀ ଅମର କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ମୋଟେଲ ଛକ ନିକଟରେ ଥିବା ଦିସା ପବ୍ଲିକ ସ୍କୁଲ ରେ ସକାଳ ଦଶ ଘଟିକା ୩୦ ମିନିଟ୍ ରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ସଭାରେ ସମ୍ପାଦକ ଗୟାଧର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସହ ସମ୍ପାଦକ ବାବୁ ଲାଲ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଲଢ଼ୁଆ ସଂଗ୍ରାମୀ କୃଷକ ନେତା ତଥା ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ର ସଭାପତି କୁଳମଣୀ ଶୁକ୍ଳା, ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ, ଗାନ୍ଧୀ ବାଳାଶ୍ରମ ର ସମ୍ପାଦକ ତଥା ଉପସଭାପତି ଅଶୋକ କୁମାର ଦାସ, ଡାକ୍ତର ଅନୀଲ କୁମାର ଦାଶ , ବିପ୍ଲବୀ କବି ବିପ୍ଳବ ହୋତା, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ସମାଜ ସେବୀ ବାଇଲୋଚନ ବେହୁରୀଆ, ଅଧ୍ୟାପକ ଉମାକାନ୍ତ ମହାଳିକ, ଉପଦେଷ୍ଟା ଡାକ୍ତର ରାମଚନ୍ଦ୍ର ପଣ୍ଡା, ତ୍ୟାଗ ଭୂମି ସ୍ୱପତି ଅଜୟ କୁମାର ନାୟକ, ସିଖ୍ୟବିତ୍ ଭାଗିରଥି ଦାସ ମହାପାତ୍ର , ପ୍ରଭାତ କୁମାର ମଣ୍ଡଳ ସୁଧା ରଞ୍ଜନ ମହାନ୍ତି ପ୍ରମୁଖ ସଂଗ୍ରାମୀ ଦେଶପ୍ରେମୀ ମହାପୁରୁଷ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସର୍ବ ପ୍ରଥମେ ବେଦ ପାଠ ପରେ ଗାନ୍ଧୀ ଓଡିଶା ବାଳାଶ୍ରମ ର ଅନ୍ତେବାସୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ସଭାପତି ଶ୍ରୀ ପାଣିଗ୍ରାହୀ, ମୂଖ୍ୟ ଅତିଥି ଶୁକ୍ଳ , ଡ ପଣ୍ଡା ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ ତଥା ସମସ୍ତ ଅତିଥି ବୃନ୍ଦ ମହାପୁରୁଷଙ୍କ ର ଗୁନବଳି ଓ ଦେଶପ୍ରେମ, ତ୍ୟାଗ ବିଷୟରେ ଆଲୋଚନା କରିବା ସଂଗେ ସଙ୍ଗେ ବଳିଦାନ କୁ ସ୍ମରଣ କରିଥିଲେ। ଖାଲି ସ୍ମରଣ କଲେ ହେବ ନାହିଁ ମାତ୍ର ପରିବର୍ତନ କରି ଦେଶ ଓ ରାଜ୍ୟର ଉନ୍ନତି ଦିଗରେ ଆଗେଇ ଆସିଲେ ତାହା ସେହି ମହାପୁରୁଷ ଙ୍କ ପାଈଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ କରିଥିଲେ। ରାଜ୍ୟରେ ମଦ ଓ ମାଦକ ଦ୍ରବ୍ୟ ବର୍ଜନ କରିବାକୁ ଜନ ସାଧାରଣ ଙ୍କୁ ସଚେତନ କରିବକୁ ସ୍ତିର ହୋଇଥିଲା। ସର୍ବୋଦୟ ମଣ୍ଡଳ ର ବିଚାର ଧାରା ସମସ୍ତଙ୍କର ଉନ୍ନତି ଉତାନ ଓ ପ୍ରଗତି ଉପରେ ନିର୍ଭର କରେ ବୋଳି ଉପସଭାପତି ଆଦିତ୍ୟ ନାୟକ ଓ ନାରାୟଣ ପାଢି ପ୍ରକାଶ କରିଥିଲେ ଓ ନିଶା ନିବାରଣ ନିମନ୍ତେ ସଚେତନତା କାର୍ଯକ୍ରମ ବିଦ୍ୟାଳୟ ସ୍ତରରେ କରୁଛନ୍ତି ପ୍ରକାଶ କରିଥିଲେ। ଶେଷରେ ଉପସଭାପତି ନାରାୟଣ ପାଢି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।