Odiapua.com

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଲା ମାନଙ୍କର ମାନସିକ, ଶାରୀରିକ ଓ ବୌଧିକ ବିକାଶହିଁ ବାସ୍ତବ ବିକାଶ । କ୍ରୀଡା ବିଦ୍ୟାର୍ଥିମାନଙ୍କ ଜୀବନକୁ ଶୃଙ୍ଖଳିତ କରିବା ସହ ଶାରୀରିକ ବିକାଶରେ ସହାୟକ ହୋଇଥାଏ । ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକର ବାର୍ଷିକ କ୍ରୀଡା ଉତ୍ସବର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ , ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲିକ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି ।ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱ ଓ ମନୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଶିକ୍ଷକ ବିଜୟ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସବିତା ଜେନା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ କ୍ରିଡା ଶିକ୍ଷୟିତ୍ରୀ ମିତାଲି ମଧୁସ୍ମିତା ବାରିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ ।୧୨ ତାରିଖ ପୁର୍ବାହ୍ଣରେ କ୍ରିଡା ସମାରୋହକୁ ଭଦ୍ରକ ସହାରାଚଂଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ଉଦ୍‌ଘାଟନ କରି କ୍ରିଡାବିତ୍ ମାନଙ୍କୁ ଜୀବନରେ କ୍ରିଡାର ଭୂମିକା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ ।କ୍ରିଡା ଶିକ୍ଷୟିତ୍ରୀ ମିତାଲି ବାରିକଙ୍କ ପରିଚାଳନାରେ ୨ଦିନ ବ୍ୟାପି କ୍ରୀଡା ପ୍ରତିଯୋଗୀତାରେ ଚଂପିଅନ୍ ଭାବରେ ସିନିୟର ବାଳିକା ବିଭାଗରେ ସ୍ନିଗ୍ଧା ପାଢୀ, ବାଳକ ବିଭାଗରେ ଦିପ୍ତେଶ ଦାଶ , ଜୁନିଅର ବାଳିକା ବିଭାଗରେମୃଣାଳି ମୌସୁମି ଦାସ, ବାଳକ ବିିଭାଗରେ ଅଭିଜିତ ସାହୁ, ସବ୍ ଜୁନିଅରରେ ନିହାରିକା ଦାଶଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ ।ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ ।