ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିର ପ୍ରଦୂଷଣ ଯୁକ୍ତ ପରିବେଶକୁ ନିମର୍ଳ ଓ ସ୍ୱଚ୍ଛ ରଖିବାକୁ ହେଲେ ତଥା ଏକ ସୁସ୍ଥ ଓ ନିରାମୟ ଜୀବନ ଧାରଣ ପାଇଁ ଛାତ୍ର ଅବସ୍ଥାରୁ ପରିବେଶ ପ୍ରତି ସଚେତନ ରହିବା ଏକାନ୍ତ ଆବଶ୍ୟକ । ପରିବେଶ ସୁରକ୍ଷା ତଥା ଏକ ପ୍ଲାଷ୍ଠିକ ମୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ମନୋଭାବ ନେଇ ନୂତନ ପ୍ରକଳ୍ପ ନିର୍ମାଣ ସୃଜନୀ ଶକ୍ତିର ବିକାଶରେ ସହାୟକ ହୋଇଥାଏ । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ସବୁଜ ବାହିନୀ ପ୍ରକଳ୍ପ ପ୍ରଦଶର୍ନୀରେ ଯୋଗଦାନ କରି ଅତିଥିମାନେ ଏହା ପ୍ରକାଶ କରିଛନ୍ତି । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବାହ୍ଣ ୧୦ ଘଟିକାରେ ଉଦ୍ଘାଟନୀ ସଭା ଓ ଅପରାହ୍ଣ ୪ ଘଟିକାରେ ପୁରସ୍କାର ବିତରଣ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱ ଓ ଶିକ୍ଷକ ମନୋଜ ସାହୁଙ୍କ ସେଂଯାଜନାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରକଳ୍ପ ପ୍ରଦଶର୍ନୀ ଉତ୍ସବରେ ମୁଖ୍ୟଅତିଥି ତଥା ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସମେତ ବରେଣ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ସରୋଜ ଦତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ, ରାଜ୍ୟ ସୂଚନା ଅଧିକାରୀ,ରାଜ୍ୟ ପରିବେଶ ଅଧ୍ୟୟନ କେନ୍ଦ୍ର ପ୍ରଶାନ୍ତ ନାୟକ , ଉପ ନିଦ୍ଦେର୍ଶକ, ଜିଲ୍ଲା କୃଷି ବିଭାଗ ବିଶ୍ୱରଂଜନ ରାଉତ, ବରିଷ୍ଠ ବ୍ଲକ ଶିକ୍ଷାଧିକାରୀ ବାସୁଦେବପୁର ଜଗବନ୍ଧୁ ସାହୁ,ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲିକ, ବନ୍ତ ବ୍ଲକ ଶିକ୍ଷାଧିକାରୀ ସୁକିର୍ତୀ କର, ତିହିଡି ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତି, ଇକୋ କ୍ଲବ ଜିଲ୍ଲା ସଂଯୋଜକ ଅନିଲ କୁମାର ମିଶ୍ର , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ଜିଲ୍ଲା ବିଜ୍ଞାନ ସଂଯୋଜକ ହିମାଦ୍ରି ନନ୍ଦିନୀ ବିଶ୍ୱାଳ ଯୋଗ ଦେଇଥିଲେ । ୭ଟି ବ୍ଲକର ୪୯ଟି ପ୍ରକଳ୍ପ ଶିଶୁ ବୈଜ୍ଞାନିକମାନେ ପ୍ରଦଶର୍ନ କରିଥିଲେ । ବିଚାରକ ଭାବରେ ବାଲେଶ୍ୱର ଜିଲ୍ଲାରୁ ବିଜ୍ଞାନ ଶିକ୍ଷକ ବନମାଳି ନାୟକ,ଦିଲ୍ଲିପ କୁମାର ରଥ, ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ପ୍ରକଳ୍ପଗୁଡିକ ମୂଲ୍ୟାୟନ କରିଥିଲେ । ପ୍ରକଳ୍ପ ପ୍ରଦଶର୍ନ ପରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବଜର୍ନ ଶିଷର୍କ କମର୍ଶାଳା ପ୍ରଶାନ୍ତ କୁମାର ନାୟକ, ମୋହନ ଚରଣ ରାଉତ ଓ ଅନିଲ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତୋର ସାତଭଉଣୀ ଉଚ୍ଚ ବିଦ୍ୟାପୀଠର ଛାତ୍ର ଓମ୍ ପ୍ରକାଶ ମହାରଣା ପ୍ରଥମ ସ୍ଥାନ, ସିଦ୍ଧେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସ୍ମୃତିରେଖା ବାରିକ ଦ୍ୱିତୀୟ ସ୍ଥାନ, କୋହ୍ଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଂଶୁମାନ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥେିଲ । ଏହି କାଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରକଳ୍ପ ପ୍ରଦଶର୍ନ କାର୍ଯ୍ୟକ୍ରମ ଓ ଉତ୍ସବ ଆୟୋଜନରେ ସହେଯାଗ କରିଥେିଲ ।