Odiapua.com

ଭଦ୍ରକ : ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍‌’ ର ସ୍ଥିତି ସମୀକ୍ଷା କଲେ ଡିଜି ଅଭୟ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ସାମୁଦ୍ରିକ ଝଡ ‘ଅମ୍ଫାନ’ ର ପ୍ରସ୍ତୁତିର ସମୀକ୍ଷା ନେଇ ଭଦ୍ରକ ଆସିଥିବା ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଭଳି ଉପକୂଳବର୍ତ୍ତି ଜିଲା ମୁକାବିଲା କରିବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍‌’ କୁ ନେଇ ଆଜି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏଠାରେ ପହଞ୍ôଚବା ପରେ ପ୍ରବାସୀ ମାନଙ୍କୁ ଜାତୀୟ ରାଜପଥର ଧାମରା ଓଭରବ୍ରିଜ୍ ନିକଟରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଏଣିକି ପ୍ରବାସୀମାନେ ଯେଭଳି ପାଦରେ ଆଉ ନଚାଲି ଭୋକିଲା ରହିବେନି, ସେଥିନେଇ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯେଭଳି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହାକୁ ପରିଦର୍ଶନ କରି ଅଭୂତପୂର୍ବ ସନ୍ତୋଷ ବ୍ୟକ୍ତ କରିଥିଲେ । ଏବଂ ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ଜନିତ ସମୀକ୍ଷା କାଳରେ ଜିଲାରେ ଏନ୍‌ଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ସଜାଗ ରହିଥିବାବେଳେ ପୁଲିସ୍ ବେଶ୍ ତତ୍ପର ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଏହି ଅବସରରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସ ପରିଡା ଓ ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।