Odiapua.com

ଭଦ୍ରକ ସଖୀ ସେଣ୍ଟରରେ ବରିଷ୍ଠ ନାଗରିକ ମହାସଂଘର ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତରଫରୁ ୭୪ତମ ସ୍ୱାଧୀନତା ଦିବସ ଭଦ୍ରକ ୱାନ୍‌ଷ୍ଟପ୍ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା। ଏଥିରେ ଇନରହୁଇଲ କ୍ଲବ ସଭାପତି ସ୍ନେହଲତା ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଫେଲୋସିପ୍‌ର ସଭାପତି ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସମାଜରେ ଏବେ ଜାରି ରହିଥିବା ନାରୀ ନିର୍ଯାତନା ଓ ଏହାର ନିରାକରଣ ଉପରେ ବକ୍ତବ୍ୟ ରଖିଥିଲେ। ସଂଘର ସଦସ୍ୟ ରଙ୍ଗବଲ୍ଲଭ ଜେନା ବକ୍ତବ୍ୟ ରଖି ଦେଶ ସ୍ୱାଧୀନ ହେବାରେ ଭଦ୍ରକ ଜିଲ୍ଳାର ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ରାୟ, ସମ୍ପାଦକ କୈଳାସ ମହାପାତ୍ର, ସହ ସମ୍ପାଦକ ବିଭୁତି ଭୂଷଣ ସେନାପତି ପ୍ରମୁଖ ସଭ୍ୟମାନେ ଯୋଗ ଦେଇଥିଲେ। ପରେ ସଂଘର କାର୍ଯ୍ରକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସଂଘ ପକ୍ଷରୁ ୧୧ ହଜାର ଟଙ୍କା ପଠାଯିବା ସହ କୋବିଡ଼ ସେଣ୍ଟରକ୍ମେହାସଂଘ ପକ୍ଷରୁ ମାସ୍କ, ସାନିଟାଇଜର ଓ ଆନୁସଂଗିକ ଉପକରଣ ବଣ୍ଟନ କରାଯିବାକୁ ନିଷ୍ପତି ନିଆଯାଇଥିଲା। ସଂଘର ଆଜୀବନ ସଦସ୍ୟମାନେ ୫ଶହ ଓ ସଭ୍ୟମାନେ ପ୍ରତିମାସ ୧ଶତ ଟଙ୍କା ଲେଖାଏଁ ମହାସଂଘର ଆକାଉଣ୍ଟରେ ଜମା ଦେବାକୁ କୁହାଯାଇଥିଲା। ସମ୍ପାଦକଙ୍କ ଉଦ୍ୟମ କ୍ରମେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୁପାରିଶରୁ ରେଳ ଷ୍ଟେସନରେ ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଓ ଗେଷ୍ଟ ରୁମ୍‌ର ବ୍ୟବସ୍ଥା କରାଯାଇଥିବାରୁ ଆନନ୍ଦ ପ୍ରକାଶ ପାଇଥିଲା।