Odiapua.com

ଭଦ୍ରକ ଲେଖିକା ସଂସଦର ଶୀତ ଆସର

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଲେଖିକା ସଂସଦ ଆନୁକୁଲ୍ୟରେ ମହେନ୍ଦ୍ର ଭବନ ଐତିହ୍ୟ କକ୍ଷ ବିବକୋନନ୍ଦ ପାଠଭବନରେ ଏକ ସାରସ୍ୱତ ସମାରୋହ ତା୨୩.୦୧.୨୪ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ମନୋଜ୍ଞ ସମାବେଶରେ ଅନୁପମ ଶୀତ ଆସରଟିଏ ଅନୁଷ୍ଠିତ ହୋଇ କବିତା ପାଠୋତ୍ସବର ଏକ ବର୍ଣ୍ଣାଢ୍ୟ କାବ୍ୟିକ ଧାରାର ପ୍ରବାହ ଦେଖିବାକୁ ମିଳିଥିଲା । ସଭାର ପ୍ରାରମ୍ଭରେ ମଂଚକୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିଲେ ରଶ୍ମିରେଖା ପରମାଣିକ । ପୁଷ୍ପଗୁଚ୍ଛ ପ୍ରଦାନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ ଅବସରରେ ବେଦପାଠ କରିଥିଲେ ଶ୍ରୀଯୁକ୍ତ ବିଜୟ ବହଳି, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡ. ସୋମା ଚାନ୍ଦ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଡ. ପ୍ରଭାତ ନଳିନୀ ମହାପାତ୍ର । ସଭା ପରିଚାଳନା କରିଥିଲେ ସଭାମୁଖ୍ୟ ବରିଷ୍ଠ ସାରସ୍ୱତ ସାଧିକା ଶ୍ରୀମତୀ ଝରଣା ପଟ୍ଟନାୟକ । ମୁଖ୍ୟବକ୍ତା କବି ଓ ସୁବର୍ଣ୍ଣ ଶ୍ରୀର ପ୍ରକାଶକ ଶ୍ରୀଯୁକ୍ତ କାଳୀପଦ ପଣ୍ଡା । ତାଙ୍କର ଅଭିଭାଷଣରେ କହିଥିଲେ, କବିତା ଲେଖିବାର ଉତ୍ସ ସବୁବେଳେ ବିୟୋଗାନ୍ତକ । କବିତାର ମୂଳମର୍ମ ସତ୍ୟ, ଶିବ ଓ ସୁନ୍ଦର । ମୁଖ୍ୟ ଅତିଥି ସୈରନ୍ଦ୍ରୀ ସାହୁ (କବି, ସଂପାଦିକା, ଧ୍ୱନି, ପ୍ରତିଧ୍ୱନି) ଅଭିଭାଷଣରେ କହିଥିଲେ ହୃଦୟକୁ ଛୁଇଁଥିବା ଗଳ୍ପ ବା କବିତା ଲେଖିଲେ, ତାହା ପାଠକକୁ ଅଭିଭୂତ କରେ । ଏହି ଅବସରରେ ଡ. ସୋମା ଚାନ୍ଦଙ୍କର ପାଂଚଟି ବହି ଉନ୍ମୋଚିତ ହୋଇଥିଲା । ସଭାର ବିଶେଷ ଆକର୍ଷଣ ଥିଲା, ଗୀତ କବିତା ପାଠୋତ୍ସବ ଉପସ୍ଥିତ ସମସ୍ତ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠକରି ସଭାକୁ ଭାବମୟ କରିଥିଲେ । ୩୫ରୁ ଅଧିକ କବିତା ପାଠ ସଭାସ୍ଥଳକୁ ମନ୍ତ୍ରମୁଗ୍ଧ କରିଥିଲା । ଏହି କବିତା ପାଠୋତ୍ସବର ସଂଯୋଜନା କରିଥିଲେ ଉଷାରାଣୀ ଜେନା ଓ ଦୀପ୍ତିମୟ ସାହୁ । କବିତା ଉତ୍ସବରେ ଉପସ୍ଥିତ ଥିଲେ ହୃଦାନନ୍ଦ ପାଣିଗ୍ରାହୀ, ରାମଚନ୍ଦ୍ର ପଣ୍ଡା, ଗୋଲକ ବିହାରୀ ସାହୁ, କିଶୋର ପାଣିଗ୍ରାହୀ, ଅଜୟ ନାୟକ, ଅଭିଜିତ୍ ନାୟକ ତଥା ଅନେକ ସାହିତ୍ୟପ୍ରେମୀ ସଂସଦର ସାଧକ ସାଧିକାଗଣ ସହ ସଂପାଦିକା ଡ. କାନନ ମହାନ୍ତି ସଭା ପରିଚାଳନା କରିଥିଲେ । ସଭାମୁଖ୍ୟଙ୍କ ବକ୍ତବ୍ୟ ପରେ ଧନ୍ୟବାଦ ଅର୍ପଣ କରିଥିଲେ କାଦମ୍ବିନୀ ମହାନ୍ତି ।