Odiapua.com

ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ ଷ୍ଟଲ୍ ଖୋଲିଲା

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ଭଳି ସହରାଞ୍ଚଳ ଥାନାଛକରେ ଗରିବ ଦୁସ୍ଥ ଲୋକମାନଙ୍କ ପାଇଁ ପୁରୁଣା ବସ୍ତ୍ର ବଣ୍ଟନ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପୁରୁଷ ଓ ମହିଳାମାନଙ୍କ ପାଇଁ ଶୀତବସ୍ତ୍ର ସହ ବିଭିନ୍ନ ସାର୍ଟ, ପ୍ୟାଣ୍ଟ, ଶାଢୀ ଗଚ୍ଛିତ ରଖାଯାଇ ପରବର୍ତ୍ତୀ ସମୟରେ ଏଠାକୁ ଆସୁଥିବା ଗରିବ ଲୋକମାନଙ୍କୁ ପ୍ରଦାନ କରାଯାଇଛି । ଏହି ପୁରୁଣା ବସ୍ତ୍ର ବଣ୍ଟନ ଷ୍ଟଲଟି ଆଜିଠାରୁ ମାସେ ପର୍ଯ୍ୟନ୍ତ ଚାଲୁରହିବ । ଏହି ଷ୍ଟଲର ବ୍ୟାନରରେ ଲେଖାଯାଇଥିବା ‘ଅଛି ଯଦି ଦିଅ, ନାହିଁ ଯଦି ନିଅ’ କନସେପ୍ଟ ସଂପର୍କରେ କ୍ଲବ୍‌ର ସଭାପତି ଅଶୋକ କୁମାର ମହାନ୍ତି ଓ ପିଡିଜି ପ୍ରକାଶ ଜେନା ଯାହା କହନ୍ତି ବହୁ ଲୋକ ନିଜର ପୁରୁଣା ବସ୍ତ୍ରଗୁଡିକୁ ନଷ୍ଟ କରିଦିଅନ୍ତି । କିନ୍ତୁ ତାହା ପ୍ରବଳ ଶୀତ, ଗ୍ରୀଷ୍ମ ଓ ବର୍ଷାଋତୁରେ ଆମ ଜିଲାର ବହୁ ଗରିବମାନେ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ବସ୍ତୁବାଦରେ ବିଶ୍ୱାସ କରୁଥିବା ଲାୟନ୍ସ କ୍ଲବ୍ ଏ ଦିଗରେ ଏଭଳି ଏକ କନସେପ୍ଟ ରଖି ପଦକ୍ଷେପ ନେଇଛି । ଏହି ଷ୍ଟଲଟିକୁ କ୍ଲବ୍ ପକ୍ଷରୁ ସରୋଜ ଦାସ, ପ୍ରୀତିରଂଜନ ଦାସ ପରିଚାଳନା କରିଥିଲେ ।