Odiapua.com

ଭଦ୍ରକ ରୋଟାରୀ କ୍ଳବ ପକ୍ଷରୁ ବାଳିକା ଆତ୍ମରକ୍ଷା ଓ ସଡ଼କ ସୁରକ୍ଷା ସଚେତନତା ଅନୁଷ୍ଠିତ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଲବ ଆନୁକୂଲ୍ୟରେ ରୋଟାରୀର ୧୧୭ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବାଳିକା ଆତ୍ମସୁରକ୍ଷା, ସଡ଼କ ସୁରକ୍ଷା ସଚେତନତା, ନାପ୍‌କିନ ବଣ୍ଟନ ଆଦି କାର୍ଯ୍ୟକ୍ରମ କରାଯାଇଛି । ସଦସ୍ୟମାନେ ପ୍ରଥମେ ରୋଟାରୀ ଜନ୍ମଦିନ କେକ୍ କାଟିବା ପରେ ଟାଇକୋଣ୍ଡୋ ଆସୋସିଏସନ ଅଫ୍ ଓଡ଼ିଶା ସହଯୋଗରେ ପ୍ରଶିକ୍ଷକ ରବିନାରାୟଣ ପାଣିଗ୍ରାହୀ ଓ ତାରିଣୀ ସାହୁଙ୍କ ଦ୍ୱାରା ଏକ ବାଳିକା ଆତ୍ମରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଏକ ସଚେତନତା ସଭା ରୋଟାରୀ ସଭାପତି ରୋଟାରିଆନ ଇଂ ବସନ୍ତ କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରିଆନ ଅତିସ୍ କୁମାର ବେହେରା ଯୋଗ ଦେଇ ରୋଟାରୀ କ୍ଲବ ପକ୍ଷରୁ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଓ ରୋଟାରୀ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ରୋଟାରୀ କ୍ଳବ ଭଦ୍ରକ ତରଫରୁ କୋଭିଡ଼ ସମୟରେ ବହୁ ପୀଡ଼ିତ, ଅସହାୟଙ୍କୁ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ସାନିଟାଇଜର ଆଦି ମାଗଣାରେ ବଣ୍ଟନ କରାଯାଇଥିବା କହିଥିଲେ । ଅନ୍ୟତମ ଅତିଥି ଭାବେ ବ୍ୟାଙ୍କ ଅଫ୍ ବରୋଦାର ଚିଫ୍ ମ୍ୟାନେଜର ଜ୍ୟୋତିର୍ମୟ କଟୁଆଳ, ସିନିୟର ମ୍ୟାନେଜର ଦେବାଶିଷ ପାଗଳ, ଡାକ୍ତର ସୋନମ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ରୋଟାରୀର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଟାଇକୋଣ୍ଡୋ ପ୍ରଶିକ୍ଷଣ ନେଉଥିବା ସମସ୍ତ ବାଳିକାଙ୍କୁ ବାଳିକା ଆତ୍ମସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ସହିତ ହାଇଜିନିକ୍ ନାପ୍‌କିନ୍ ଓ ସମସ୍ତଙ୍କୁ ସାନିଟାଇଜର, ମାସ୍କ ପ୍ରଦାନ କରାଯାଇଥିଲା । ପରେ ଭଦ୍ରକ ଚାନ୍ଦବାଲି ରାସ୍ତାର କାନ୍ତକବି ଗୋଲେଇ ଠାରେ ସଡ଼କ ସୁରକ୍ଷା ସଚେତନତା ଅବସରରେ ସମସ୍ତ ଗାଡି ଚାଳକଙ୍କୁ ଗାଡି ଚାଳନାର ନିୟମକୁ ମାନିବା ପାଇଁ ଗୋଲାପ ଫୁଲ ପ୍ରଦାନ କରାଯାଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ କ୍ଲବ ପକ୍ଷରୁ କୋରକୋରା ପଞ୍ଚାୟତର ନୂଆସାହି ଆଦିବାସୀ ବସ୍ତିରେ ମଧ୍ୟ ନାପ୍‌କିନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଏଥିରେ କୋରକୋରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଞ୍ଜନ ଜେନା, ସମାଜସେବୀ ବିନ୍ଦୁ ଜେନା ସହଯୋଗ କରିବା ସହିତ ରୋଟାରୀ କ୍ଲବର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କ୍ଲବ ପକ୍ଷରୁ ଆୟୋଜିତ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ରୋଟାରିଆନ ସୀତାକାନ୍ତ ଦାସ, ପ୍ରଣବ କୁମାର ସାହୁ, ଗୟାଧର ପଣ୍ଡା, ଶରତ କୁମାର ପୁହାଣ, ସତ୍ୟବ୍ରତ ମହାନ୍ତି, ସତ୍ୟସୁନ୍ଦର ମଣ୍ଡଳ, ସୁବାସ ଚନ୍ଦ୍ର ସାହୁ, ଉମାକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ରୋଟାରିଆନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ରୋଟାରୀ କ୍ଲବର ଆଭିମୂଖ୍ୟ ଉପସ୍ଥାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ କ୍ଳବ ପରିସରରେ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ରୋଟାରୀ ଜନ୍ମଦିନ ପାଳନ କରାଯାଇଥିଲା ।