Odiapua.com

ଭଦ୍ରକ ରୋଟାରୀ କ୍ଲବ ମିଡ଼୍‌ଟାଉନ୍ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାର୍ଗିଲ ଯୁଦ୍ଧର ଏକ ଗୌରବମୟ ଇତିହାସ ରଚନା କରିଥିବା ଶହୀଦ ବୀର ଜବାନ ଓ ବିଜୟୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇ ରୋଟାରୀ କ୍ଲବ ମିଡ଼ଟାଉନ୍ ଭଦ୍ରକ ଶହୀଦ ସ୍ମୃତି ଭବନରେ କ୍ୟାଣ୍ଡଲ ପ୍ରଜ୍ଜ୍ୱଳନ କରି ସେମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ କୃତଜ୍ଞତା ଜଣାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରୋଟାରିଆନ୍ ଗୌରବ ଅଗ୍ରୱାଲ ସଭାପତିତ୍ୱ କରିଥିଲେ ଓ ରୋଟାରିଆନ ପ୍ରିତୀ ଅଗ୍ରୱାଲା ଅଧ୍ୟକ୍ଷତା କରି ମଂଚ ପରିଚାଳନା କରିଥିଲେ । ସଭାରେ ରୋଟାରିଆନ ଚୈତାଳି ଖିଲାର ଓ ରୋଟାରିଆନ ସୁନୀତା ଗୁପ୍ତା ଉପସ୍ଥିତ ସମ୍ମାନନୀୟ ଅତିଥି ଓ ବକ୍ତାମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଚାନ୍ଦିପୁର ସ୍ଥିତ ଆଇ.ଟି.ଆରର ପରିଚାଳନା ନିର୍ଦ୍ଦେଶକ ଡ.ନିଳାଦ୍ରୀ ରାୟ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ଓ ସେ ଯୁଦ୍ଧରେ ସୈନିକମାନଙ୍କ ସଫଳତା ଓ ଆଗାମୀ ଦିନରେ ଭାରତ କିପରି ମହାଶକ୍ତି ଭାବେ ଉଭାହେବ ସେ ବିଷୟରେ ଆଲୋକପାତ କରିଥିଲେ । ଭଦ୍ରକ ସିଟି ଡି.ଏସ.ପି. ଶ୍ରୀ ଅଂଶୁମାନ ଦ୍ୱିବେଦୀ ମୁଖ୍ୟ ବକ୍ତା ଭାବେ କାର୍ଗିଲ ଯୁଦ୍ଧରେ ଜବାନ ମାନଙ୍କ କଷ୍ଟ ସାଧ୍ୟ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । ପୂର୍ବତନ ରୋଟାରୀ ଜିଲ୍ଲା ସମ୍ପାଦକ, ସମାଜସେବୀ ରୋଟାରିଆନ ଶିଶିର ମିଶ୍ର ନିଜ ବକ୍ତବ୍ୟରେ ରାଷ୍ଟ୍ର ସୁରକ୍ଷାରେ ଆମ ବୀର ଜବାନ ମାନଙ୍କ ବୀରତ୍ୱ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପନ୍ଧରେ ତଥ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ନାଗରିକ ନିଜ ଦେଶର ଗୌରବ ପାଇଁ ନିଜ ନିଜର କର୍ତବ୍ୟ ସୁଚାରୁରୂପେ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ୬ଜଣ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । କାର୍ଗିଲ ବିଜୟ ଦିବସ ପାଳନ ଉପଲକ୍ଷେ ୧୫ଟି ସ୍କୁଲରୁ ଆସିଥିବା ୫୫୦ ଜଣ ଛାତ୍ରଛାତ୍ରୀ ଦେଶାତ୍ମବୋଧ ସଙ୍ଗୀତ, ନୃତ୍ୟ, ବକ୍ତୃତା ପ୍ରତିଯୋଗିତା ଓ ଅଭିନୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ପିଲାମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନର ଉପଯୁକ୍ତ ମୂଲ୍ୟାୟନ କରିଥିଲେ ଓ ଏସ.ବି.ଡି.ଉଚ୍ଚ ବିଦ୍ୟାଳୟକୁ ପ୍ରଥମ ସାଇ ବିନାୟକ ଉଚ୍ଚ ବିଦ୍ୟାଳୟକୁ ଦ୍ୱିତୀୟ ତଥା ସରକାରୀ ଉଚ୍ଚ ବିଦ୍ୟାଳୟକୁ ତୃତୀୟ ସ୍ଥାନ ପାଇଁ ମନୋନୀତ କରିଥିଲେ । କ୍ଲବ ତରଫରୁ ସେମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ରୋଟାରିଆନ ନିରଞ୍ଜନ ମଲ୍ଲିକଙ୍କ ସହ ରୋଟାରିଆନ ଇନ୍ଦ୍ରଜିତ୍ ସିଂ, ସନାତନ ଜେନା, ବେଦପ୍ରକାଶ ଗୁପ୍ତା, ସମୀତା ମିଶ୍ର, ରତନଲାଲ ଗୁପ୍ତା, ପ୍ରମୋଦ ଲଖାନୀ, ରାହୁଲ ଖେରିଆ, ଅଶୋକ ଲଖାନୀ, ଅଶୋକ ବିଶ୍ୱାଳ, ସିଲୁ ଲଖାନୀ, ସଙ୍ଗୀତା ଦେ ଓ ପ୍ରତିଭା ପଣ୍ଡା ସହ ସମସ୍ତ ରୋଟାରିଆନମାନେ ସଫଳ ସହଯୋଗ କରିଥିଲେ । ପରିଶେଷରେ ରୋଟାରିଆନ ଅତିସ୍ ବେହେରା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ପରିସମାପ୍ତି ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହରର ସମସ୍ତ ବର୍ଗର ଲୋକ ଓ ବୁଦ୍ଧଜୀବିମାନେ ଭୂୟସୀ ପ୍ରଶଂସା କରିଥିଲେ ।