Odiapua.com

ଭଦ୍ରକ ରୋଟାରୀ କ୍ଲବର ବୌଦ୍ଧିକ ଆସର, ସାଳନ୍ଦୀ ଓ ଭଦ୍ରକର ସ୍ମୃତି ସର୍ବଦା ଅନନ୍ୟ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ଏକ ବୌଦ୍ଧିକ ଆସର ତଥା ଅନ୍ତରଂଗ ଆଳାପ କାର୍ଯ୍ୟକ୍ରମ ରୋ.ବିଜୟ ସାହୁଙ୍କ ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ରୋଟାରୀ କ୍ଲବ୍ ସଭାପତି ଅଭିଜିତ୍ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ ବିଶିଷ୍ଟ ଲେଖକ ଦଂପତି କବି ପ୍ରଫେସର୍ ଗିରିବାଳା ମହାନ୍ତି ଓ କଥାକାର ପ୍ରଫେସର୍ କୈଳାଶ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରଂଭରେ ସଭାପତି ଶ୍ରୀ ନାୟକ ରୋଟାରୀ କେବଳ ଏକ ସାମାଜିକ ସେବା ସଂସ୍ଥା ନୁହେଁ ବରଂ ଏହା ସେବା ଓ ବୌଦ୍ଧିକତାର ସମାହାର ବୋଲି ବକ୍ତବ୍‌ଯ ରଖିଥିଲେ।ଲେଖକ ଦଂପତି ପ୍ର. ଗିରିବାଳା ମହାନ୍ତି ଓ ପ୍ର .କୈଳାଶ ପଟ୍ଟନାୟକ ନିଜ ବକ୍ତବ୍‌ଯରେ ଲେଖକ ଜୀବନର ଅନୁଭବ ବର୍ଣ୍ଣନା କରିବା ସହ ସାଳନ୍ଦୀ ଓ ଭଦ୍ରକର ସ୍ମୃତି ସର୍ବଦା ଅନନ୍ୟ ଓ ଅନ୍ତରଂଗ ବୋଲି ବ୍ୟକ୍ତ କରିଥିଲେ। ବିଶିଷ୍ଟ କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀଙ୍କ ସଂଚାଳନାରେ ଅତିଥି ଦ୍ୱୟଙ୍କ ସହ ଅନ୍ତରଂଗ ଆଳାପ ଓ ପ୍ରଶ୍ନୋତ୍ତରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡ. ରାଧାବିନୋଦ ନାୟକ, ପ୍ର.ଶୈଳେନ୍ଦ୍ର ମହାପାତ୍ର, ଝରଣା ପଟ୍ଟନାୟକ, ଡ.ଗୋଲୋକ ବିହାରୀ ସାହୁ, ଡ.ରାମଚନ୍ଦ୍ର ନାୟକ, ଡ. ରାଧାରାଣୀ ମହାପାତ୍ର, ଡ.ପ୍ରଭାତ ନଳିନୀ ମହାପାତ୍ର, ପ୍ର.ଅଟଳ ବିହାରୀ ନାୟକ, ଡ.ମନୀନ୍ଦ୍ର ମହାନ୍ତି, ସୁଚିତ୍ରା ପାଣିଗ୍ରାହୀ, ଅଶୋକ ଜେନା, ଡା ବିକାଶ ନାରାୟଣ ନନ୍ଦ, ଡା ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ରୋ ବିଜୟ ସାହୁ ସ୍ୱାଗତ ସଂଭାଷଣ ଓ ସଂପାଦକ ମାଂଗି ଲାଲ୍ ବଳଦେବା ଧନ୍ୟବାଦ ଅର୍ପଣ କରିଥିଲେ। ରୋ ପ୍ରମୋଦ ଜେନା, ବସନ୍ତ କୁମାର ପାଣିଗ୍ରାହୀ, ଅମ୍ବିକା ବଲ୍ଲଭ ସ୍ୱାଇଁ, ବାଦଲ ମହାପାତ୍ର, ଶାନ୍ତି ସ୍ୱରୂପ ମିଶ୍ର, ଇନ୍ଦ୍ରଜିତ୍ ସାହୁ, ନାସିର୍ ବକ୍ସ, ସୀତାକାନ୍ତ ଦାସ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।