Odiapua.com

ଭଦ୍ରକ – ରାଜ୍ୟତମାମ ବିଇଓ କାର୍ଯ୍ୟାଳୟରେ ଧାରଣା

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ଛଅଦିନ ହେବ ତିନିଦଫା ଦାବୀନେଇ ଧାରଣାରେ ବସିରହିଛନ୍ତି । ଫଳରେ ବିଦ୍ୟାଳୟ ମାନଙ୍କର ପ୍ରାୟ ଚାଳିଶ ଲକ୍ଷ ଛାତ୍ର/ଛତ୍ରୀ ଶଅରୁ ଚଉଦ ବର୍ଷର କୋମଳମତି ଶିଶୁମାନଙ୍କର ପାଠପଢ଼ା ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ପାଇଁ ଆଜି ଶିକ୍ଷକ ମାନଙ୍କର ଦୀର୍ଘଦିନର ଦାବୀପୂରଣ ହୋଇପାରୁନାହିଁ । ଗତବର୍ଷ ରାଜଧାନୀରେ ଏହି ଶିକ୍ଷକମାନେ ବିଧାନସଭା ଘେରାଉ ସମୟରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସେତେବେଳେ ରାଜଧାନୀରେ ସମସ୍ତ ରାସ୍ତା ପୁରାପୁରି ଜାମହୋଇଯାଇଥିଲା । ସରକାର ଖୁବଶୀଘ୍ର ସମାଧାନ ହେବ ବୋଲି ପ୍ରତିଶୃତି ଦେବାପରେ ଶିକ୍ଷକମାନେ ରାଜଧାନୀ ଛାଡ଼ିଥିଲେ । ଦୀର୍ଘଦିନ ପରେ ଶିକ୍ଷକମାନଙ୍କର ସମସ୍ୟା ସମାଧାନ ନ ହେବାରୁ ଗତ ଆଠ ତାରିଖରୁ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକମାନେ ଏକଜୁଟ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି । ମିଳିତ ପ୍ରାଥମିକ ଶିକ୍ଷକ ସଂଘ, ଭଦ୍ରକ ବ୍ଲକ ଏହାକୁ ସମର୍ଥନ କରି ଧାରଣାରେ ବସିଛନ୍ତି । ସରକାର ତୁରନ୍ତ ସମସ୍ତ ବର୍ଗର ଶିକ୍ଷକ ମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।