Odiapua.com

ଭଦ୍ରକ : ଯୁବକଙ୍କୁ ପିଟି ପିଟି ହତ୍ୟା କେଶ୍‌ରେ ୨ ଗିରଫ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାରଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହି ଗ୍ରାମରେ ଘଟିଥିବା ହତ୍ୟା ଘଟଣାରେ ଆଜି ପୁଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରେ ସୂଚନାଯୋଗ୍ୟ ଗତକାଲି ବଗମରା ଆଦିବାସୀ ସାହିର କଟିଆ ମୁଣ୍ଡା ନାମକ ଜଣେ ଯୁବକକୁ ବାଡିରେ ପିଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ କଟିଆର ମୃତଦେହକୁ ସେହି ଗ୍ରାମ ନିକଟରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ କଟିଆର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ କେଶ୍ ନଂ ୫୮୧/୨୦, ଦଫା ୩୦୨ / ୩୪ ଆଇପିସି ମୂଳେ ତଦନ୍ତ କରାଯାଇ ଉକ୍ତ ହତ୍ୟା ଘଟଣାରେ ସ୍ଥାନୀୟ ଅଂଚଳର ବେତାଳ ମୁଣ୍ଡା ଓ ଲୁସୁରୀ ମୁଣ୍ଡାକୁ ପୁଲିସ୍ ଗିରଫ କରି ସେମାନଙ୍କ ନିକଟରୁ ବ୍ୟବହାର ହୋଇଥିବା ୨ଟି ବାଉଁଶ ଠେଙ୍ଗା ଜବତ କରାଯାଇଛି। ଏହି ଘଟଣାରେ ପରବର୍ତ୍ତୀ ତଦନ୍ତ ଚାଲୁରହିଥିବାର ଜଣାପଡିଛି।