ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ମୋହରିର ସଦନ ଠାରେ ମୋହରିର ଦିବସ ପାଳିତ ହୋଇ ଯାଇଛି। ବରିଷ୍ଠ ମୋହରିର ତଥା ଦଲିଲ ଲେଖକ ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ମୁଖ୍ୟ ଅତିଥି ଭାବରେ ବରଷ୍ଠ ଅଧିବକ୍ତା ତଥା ସ୍ୱତନ୍ତ୍ର ପବ୍ଲିକ ପ୍ରଶିକ୍ୟୁଟର ବସନ୍ତ ଦାସ, ଓକିଲ ସଂଘର ସଭାପତି ସନ୍ତୋଷ ଆଚାର୍ଯ୍ୟ, ଓକିଲ ସଂଘର ସମ୍ପାଦକ ସୂର୍ଯ୍ୟକାନ୍ତ କୁଆଁର, ବରିଷ୍ଠ ଅଧିବକ୍ତା ଗଦାଧର ବଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମୋହରିର ମାନେ ଓକିଲମାନଙ୍କ ପେଶାଗତ ଜୀବନର ପ୍ରମୁଖ ତଥା ଅବିଛେଦ୍ୟ ଅଙ୍ଗ ବୋଲି ମତ ଦେଇଥିଲେ। ମୋହରିର ମାନେ ଓକିଲମାନଙ୍କୁ କେବଳ ପେଶାଗତ ଜୀବନରେ ସହାୟତା କରନ୍ତି, ସେତିକି ନୁହଁ ବରଂ ମହକିଲମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥାନ୍ତି। ଓଡିଶା ତମାମ ଆଜିର ଦିବସକୁ ମୋହରିର ଦିବସ ଭାବରେ ପାଳନ କରାଯାଉଥିବାରୁ ସଭା ପ୍ରାରମ୍ଭରେ ମୋହରିର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ ଏହାର ଆଭିମୁଖ୍ୟ ସମ୍ପରକାର ବିଷାଦ ବିବରଣୀ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ମୋହରିର ସର୍ବେଶ୍ୱର ଜେନା, ଅଜୟ ମହାପାତ୍ର, ନିଶାକର ସାହୁ ପ୍ରମୁଖ ମଂଚାସୀନ ରହିଥିଲେ। ଏହି ଅବସରରେ ବରିଷ୍ଠ ମୋହରିର ଲାଲା ଲଳିତ ମୋହନ ରାୟ ଓ ଶରତ କୁମାର ଦାସ ଙ୍କୁ ସମ୍ବର୍ଦ୍ଧିତ କର ଯାଇଥିଲା। ସଭା ଶେଷରେ ଅଂଶୁମାନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ଦାସ, ଜଗେନଶ୍ୱର ମହାପାତ୍ର, ତରୁଣ ପାତ୍ର, ଗୋବିନ୍ଦ ରାଉତ, ଅଶୋକ ସାହୁ, ଦିଲ୍ଲୀପ ନାୟକ, ସୁକାନ୍ତ ଦାସ, ସୁଦାମ ଚରଣ ଦାସ, ପ୍ରମୋଦ କୁମାର ଦାସ, ଜଗବନ୍ଧୁ ମହାନ୍ତି, ଯଯାତି ଦାସ, ପରେଶ ସାହୁ, ନରେନ୍ଦ୍ର ଦାସ, ରବିନାରାୟଣ ନାୟକ, ଗୌରାଙ୍ଗ ଚନ୍ଦ୍ର ଦାସ, ଭୀମସେନ ଆରଖ ପ୍ରମୁଖ ମୋହରିର ସହଯୋଗ କରିଥିଲେ।