ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ପୁରୁଣା କୋର୍ଟ ପରିସରରେ ଥିବା ମୋହରିର ସଂଘ ସଦନ ଗୃହରେ ଭଦ୍ରକ ମୋହରିର ସଂଘର ପ୍ରାକ୍ତନ ଉପସଭାପତି ୰ ଆନନ୍ଦ ଚନ୍ଦ୍ର ସାହୁଙ୍କ ଫଟୋଚିତ୍ର ଉନ୍ମୋଚନ ସହିତ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିସଭାକୁ ମୋହରିର ସଂଘର ସଭାପତି ଉମାକାନ୍ତ ସାହୁ ସଭାପତିତ୍ୱ କରିଥିବାବେଳେ ମୋହରିର ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ ସଞ୍ଚାଳନ କରିଥିଲେ। ପୂର୍ବତନ ଉପସଭାପତି ୰ ସାହୁ ଜଣେ ମିଷ୍ଟଭାଷୀ, ମେଳାପୀ, କର୍ମଠ, ନିର୍ଭିକ ବ୍ୟକ୍ତିତ୍ୱ ଥାଇ ଜଣେ ସଚ୍ଚୋଟ ମହୋରିର ଭାବେ ସୁନାମ ଅର୍ଜନ କରିଥିବା ଉପସ୍ଥିତ ସଂଘର କର୍ମକର୍ତ୍ତାଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା ଏବଂ ମୋହରିର ସଦନରେ ତାଙ୍କ ଫଟୋଚିତ୍ର ଉନ୍ମୋଚନ କରି ସ୍ଥାନିତ କରାଯାଇଥିଲା। ସଭାପତି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ମୋହରିର ମାନେ ଉପଯୁକ୍ତ କର୍ତ୍ତବ୍ୟ କରି ମୋହରିରର ମାନ୍ୟତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଏହି ସ୍ମୃତିଚାରଣ ସଭାରେ ବରିଷ୍ଠ ମୋହରିର ନିଶାକର ସାହୁ, ସର୍ବେଶ୍ୱର ଜେନା, ଜଗବନ୍ଧୁ ମହାନ୍ତି, ଆନନ୍ଦ ଚନ୍ଦ୍ର ବେହେରା, ଜଜାତି କେଶରୀ ଦାସ, ବିରେନ୍ଦ୍ର ଦାସ, ଗୌରାଙ୍ଗ ଚନ୍ଦ୍ର ସାହୁ ପ୍ରମୁଖ ସ୍ମୃତିଚାରଣ କରି ବକ୍ତବ୍ୟ ରଖିଥିଲେ। ସ୍ମୃତିସଭା ପ୍ରାରମ୍ଭରେ ୰ ଆନନ୍ଦ ସାହୁଙ୍କ ସୁପୁତ୍ର ଅଶୋକ କୁମାର ସାହୁ ପରିଚୟ ପ୍ରଦାନ କରିଥିବାବେଳେ ମୋହରିର ସଂଘର ଉପସଭାପତି ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।